ଅଜୟ ଦେବଗନଙ୍କୁ ବାହା ହେଲେ ଏହା ହେବ ବୋଲି କହିଥିଲେ ରବିନା ଟଣ୍ଡନ୍‌

ମୁମ୍ବାଇ:ବଲିଉଡ୍ର ମୋଷ୍ଟ୍ ଟ୍ୟାଲେଣ୍ଟେଡ଼୍ ଆକ୍ଟର ଅଜୟ ଦେବଗନ୍ ଇତିମଧ୍ୟରେ କ୍ୟାରିଅରର ୨୬ ବର୍ଷ ବିତାଇସାରିଲେଣି। ସେ ଅନେକ ସୁପରହିଟ୍‌ ଫିଲ୍ମ ବି ଦେଇଛନ୍ତି। ତାଙ୍କ ପତ୍ନୀ ହେଲେ ହସକୁରୀ ଅଭିନେତ୍ରୀ କାଜୋଲ।ହେଲେ ଆପଣମାନେ କ’ଣ ଜାଣନ୍ତି କି କାଜୋଲଙ୍କ ପୂର୍ବରୁ ଅନ୍ୟ ଜଣେ ନାୟିକା ତାଙ୍କ ମନରେ ଘର କରିଥିଲେ। ଅଜୟ ଦେବଗନ୍ଙ୍କ ପ୍ରଥମ ପ୍ରେମ ଯେ ନବେ ଦଶକର ହିରୋଇନ୍ କାଜୋଲ୍ ଏହା ଭାବିବାଟା ସଂପୂର୍ଣ୍ଣ ଭୁଲ୍ । କାହିଁକିନା ଓରଫ୍ ଅଜୟଙ୍କର ପ୍ରଥମ ପ୍ରେମ ଥିଲେ ନାୟିକା କରିସ୍ମା କପୁର୍। ତେବେ ଏହି ଦୁଇ ଜଣଙ୍କ ମଧ୍ୟରେ ଥିବା ପ୍ରେମ କାହାଣୀ କମ୍ ଲୋକ ଜାଣନ୍ତି। ।

ନବେ ଦଶକର ହିଟ୍ ଯୋଡ଼ିଙ୍କ ମଧ୍ୟରୁ ଅଜୟ ଦେବଗନ୍ ଏବଂ କରିସ୍ମା କପୁରଙ୍କ ଯୋଡ଼ି ଥିଲା ଅନ୍ୟତମ। ସେମାନେ ସେହି ସମୟରେ ୫ଟି ଫିଲ୍ମରେ କାମ କରିବା ସହିତ ଦୁହେଁ ଦୁହିଁଙ୍କୁ ପ୍ରଥମ ଦେଖାରୁ ହିଁ ପ୍ରେମ କରି ବସିଥିଲେ ।ତେବେ ସେହି ସମୟର ଏକ ଫିଲ୍ମ ମାଗାଜିନ୍ର ଖବର ମୁତାବକ ଯେବେ କରିସ୍ମା ଅଜୟଙ୍କ ଜୀବନକୁ ଏଣ୍ଟ୍ରି କରିଥିଲେ ,ଠିକ୍ ସେହି ସମୟରେ ଅଜୟଙ୍କୁ ଅଭିନେତ୍ରୀ ରବିନା ଟଣ୍ଡନ ପ୍ରେମ କରି ବସିଥିଲେ । ହେଲେ କରିସ୍ମାଙ୍କ ପ୍ରେମରେ ବନ୍ଧା ହୋଇ ଅଜୟ ରବିନାଙ୍କୁ ଧୋକା ଦେଇ ଥିଲେ ।

photo-starsunfolded.com

ଏହି ଘଟଣା ପରେ ସୁନ୍ଦରୀ ରବିନା ଟଣ୍ଡନ ଅଜୟ ଦେବଗନଙ୍କ ଉପରେ ଏତେ ପରିମାଣରେ ଖପ୍ପା ହୋଇଗଲେ ଯେ ଏକ ଇଣ୍ଟରଭ୍ୟୁରେ କହିଲେ କି ସେ ହୁଏତ ଚାହିଁଥିଲେ ଅଜୟଙ୍କୁ ତାଙ୍କ ପାଖରେ ରଖି ପାରି ଥାନ୍ତେ ହେଲେ ତାଙ୍କର ଅଜୟଙ୍କ ପ୍ରତି ଆଗ୍ରହ ନାହିଁ । ଏଥିସହିତ ରବିନା ଏହା ମଧ୍ୟ କହିବାକୁ ପଛାଇଲେନି କି ଯଦି ତାଙ୍କ ସହ ଅଜୟଙ୍କର ବିବାହ ହୁଏ ,ତେବେ ତାଙ୍କର ଛୁଆ ଜେବ୍ରା ଭଳି ଦେଖାଯିବେ । ରବୀନାଙ୍କ ମୁହଁରୁ ଏଭଳି ମନ୍ତବ୍ୟ ଶୁଣିଲା ପରେ ଅଜୟ ରବିନାଙ୍କ ଉପରେ ଏତେମାତ୍ରାରେ ରାଗିଗଲେ ଯେ ସେ ତାଙ୍କୁ ଗୋଟିଏ ଫିଲ୍ମର ସୁଟିଂ ସେଟ୍ରୁ ମଧ୍ୟ ବାହାର କରିବାକୁ ପଛାଇଲେ ନାହିଁ । ଆଉ ସେଇଠି ମଧ୍ୟ କରିସ୍ମା କପୁର୍ ଫ୍ୟାମିଲିର ପତିଆରାର ଫାଇଦା ଉଠାଇ ଅଭିନେତ୍ରୀ ରବିନାଙ୍କୁ ବହୁତ ଫିଲ୍ମରୁ ଆଉଟ୍ କରିଥିଲେ । ତେଣେ ରବିନାଙ୍କୁ ଯେଉଁଠି ବି ସୁଯୋଗ ମିଳୁଥିଲା ସେ କରିସ୍ମାଙ୍କ ବିରୋଧରେ ମନ୍ତବ୍ୟ ଦେବାକୁ ପଛାଉ ନ ଥିଲେ ।

ହେଲେ କ’ଣ ହେବ କରିସ୍ମା ଏବଂ ଅଜୟଙ୍କ ସଂପର୍କ ବେଶି ଦିନ ରହିପାରିଲା ନାହିଁ । କାହିଁକିନା ସେତେବେଳକୁ ଅଜୟଙ୍କ ଜୀବନକୁ କାଜୋଲ୍ଙ୍କର ଏଣ୍ଟ୍ରି ହୋଇଗଲା। ଏହାପରେ ଏହି ସେଲିବ୍ରିଟି ଯୋଡ଼ି କିଛି ବର୍ଷର ରିଲେସନ୍ସିପ୍ରେ ରହିବା ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଗଲେ । ଆଉ ଅଭିନେତ୍ରୀ କରିସ୍ମା କପୁର୍ଙ୍କ ନାମ ମଧ୍ୟ ଅଭିନେତା ଅଭିଷେକ୍ ବଚ୍ଚନଙ୍କ ନାମ ସହିତ ଯୋଡ଼ି ହୋଇଗଲା । ହେଲେ ଏହି ସଂପର୍କ ମଧ୍ୟ ବେଶୀ ଦିନପାଇଁ ତିଷ୍ଠି ପାରିଲା ନାହିଁ ଏବଂ ପରେ କରିସ୍ମା ବିଜିନେସ୍ମ୍ୟାନ୍ ସଂଜୟ କପୁର୍ଙ୍କୁ ବିବାହ କରିଲେ । ଏହା ଅବଶ୍ୟ ଭିନ୍ନ କଥା ଯେ ଅଜୟ-କାଜୋଲ୍‌ ସୁଖୀ ଦାଂପତ୍ୟ ଜୀବନ ବିତାଉଛନ୍ତି,ହେଲେ କରିସ୍ମାଙ୍କର ସଞଞ୍ଜୟ କପୁରଙ୍କ ସହ ଡିଭୋର୍ସ ହୋଇଗଲା।

ସମ୍ବନ୍ଧିତ ଖବର