ମୁମ୍ବାଇ: ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ନିର୍ବନ୍ଧର ପ୍ରସ୍ତୁତିରେ ପୂରା ପରିବାର ଲାଗିପଡ଼ିଛି। ଚଳିତ ବର୍ଷ ମାର୍ଚ୍ଚରେ ଗୋଅରେ ଆକାଶ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ତାଙ୍କ ପିଲା ବେଳର ସାଙ୍ଗ ଶ୍ଳୋକାଙ୍କୁ ପ୍ରପୋଜ୍ କରିଥିବା ବେଳେ ପରମ୍ପରା ଅନୁସାରେ ଦୁହିଁଙ୍କ ନିର୍ବନ୍ଧ ଜୁନ୍ ୩୦ରେ ହେବାକୁ ଯାଉଛି । ଏ ନେଇ ପରିବାର ତରଫରୁ ଅତିଥିଙ୍କୁ ନିର୍ବନ୍ଧ ସମାରୋହରେ ସାମିଲ୍ ହେବା ପାଇଁ ଇ-ନିମନ୍ତ୍ରଣ ଦିଆଯାଇଛି। ଯାହା ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେଉଛି।
/sambad/media/post_attachments/wp-content/uploads/2018/06/akash-wedding-300x178.jpg)
ମିଡ଼ିଆ ସୂଚନା ମୁତାବକ, ଗୋଆରେ ଆକାଶଙ୍କ ପ୍ରପୋଜାଲ୍ ପରେ ପୂରା ପରିବାର ଶ୍ଲୋକାଙ୍କ ସହ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରରେ ଆଶୀର୍ବାଦ ପାଇଁ ଯାଇଥିଲେ । ଏହାପରେ ମୁମ୍ବାଇରେ ଏକ ପାର୍ଟିର ଆୟୋଜନ ମଧ୍ୟ କରାଯାଇଥିଲା, ଯେଉଁଥିରେ ବଲିଉଡ୍ କଳାକାର ଶାହରୁଖ ଖାନ୍ ,ଆମିର୍ ଖାନ୍, କ୍ୟାଟ୍ରିନା କୈଫ୍, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଦିଙ୍କୁ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ପରିବାର ତରଫରୁ ପାରମ୍ପରିକ ଭାବେ ନିର୍ବନ୍ଧର ଇ- ନିମନ୍ତ୍ରଣ କାର୍ଡ଼ ଜାରି କରିବା ସହ ୩୦ ଜୁନ୍ର ସମାରୋହରେ ସାମିଲ୍ ହେବା ପାଇଁ ସମସ୍ତ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଛି ।
ବର୍ତ୍ତମାନ ଚାଲିଥିବା ଟ୍ରେଣ୍ଡ ଅନୁଯାୟୀ ଇ-ନିମନ୍ତ୍ରଣ କାର୍ଡ଼ ପ୍ରସ୍ତୁତ କରାଯିବା ସହ ଏଥିରେ ପୁରାତନ ଭାରତୀୟ ପରମ୍ପରାର ଝଲକ୍ ମଧ୍ୟ ଦେଖିବାକୁ ମିଳିଛି। ଏଥିରେ ଆକାଶ ଅମ୍ବାନୀ ଏବଂ ଶ୍ଲୋକାଙ୍କର ଫଟୋ ଦେଖିବାକୁ ମିଳିଛି। ତେବେ ଉଭୟଙ୍କ ବିବାହ ଚଳିତ ବର୍ଷ ଡ଼ିସେମ୍ବର ମାସରେ ମୁମ୍ବାଇରେ ଆୟୋଜିତ ହେବ ବୋଲି ସୂଚନା ମିଳିଛି। ତେବେ ଶ୍ଲୋକା ଏବଂ ଆକାଶ ପିଲା ବେଳର ସାଙ୍ଗ ହେବା ସହ ଦୁହେଁ ଏକା ସହିତ ପାଠ ପଢ଼ୁଥିବା ଜଣାପଡ଼ିଛି। ଶ୍ଲୋକା ହେଉଛନ୍ତି ମୁମ୍ବାଇର ଜଣାଶୁଣା ହୀରା ବ୍ୟବସାୟୀ ରସଲ ଏବଂ ମୋନା ମେହେଟ୍ଟାଙ୍କ ଏକ ମାତ୍ର ଝିଅ ଅଟନ୍ତି ।