ଭାରତ-ପାକିସ୍ତାନକୁ ନେଇ ହେବାକୁ ଥିବା ଚଳଚ୍ଚିତ୍ରରେ ନଜର ଆସିବେ କି ଅକ୍ଷୟ କୁମାର?

ମୁମ୍ବାଇ: ଗତ କିଛି ଦିନ ହେବ ଭାରତ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ସାରା ଦେଶରେ ଏବେ ଯୁଦ୍ଧ ପରିବେଶ। ସଭିଙ୍କ ମନରେ ପାକିସ୍ତାନ ପ୍ରତି ପ୍ରତିଶୋଧ ମନ ଭାବ ଥିବା ବେଳେ ଦୁଇ ଦେଶକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ଚିନ୍ତା କରିଛନ୍ତି ଅନେକ ସିନେ ନିର୍ମାତା। ତେବେ, ସୂତ୍ରରୁ ଜାଣିବାକୁ ମିଳିଛି ଯେ ନିର୍ଦ୍ଦେଶକ ସଞ୍ଜୟଲୀଲା ଭଂସାଲି ଅଭିଷେକ କପୁରଙ୍କ ସହ ମିଶି ଏ ନେଇ ଏକ ଚଳଚ୍ଚିିତ୍ର ନିର୍ମାଣ କରିବାକୁ ଚିନ୍ତା କରିଛନ୍ତି।

ଚଳଚ୍ଚିତ୍ର ‘ଉରି’କୁ ଅଭୂତପୂର୍ବ ସଫଳତା ମିଳିବା ପରେ ଭାରତ-ପାକିସ୍ତାନ ଭିତରେ ଥିବା ତିକ୍ତତାକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ ଚିନ୍ତା କରିଛନ୍ତି ଭଂସାଲି।

ପୂର୍ବରୁ ଖବର ରହିଥିଲା ଯେ ଦେଶ ଉପରେ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ରଣବୀର ସିଂହ ଦେଖିବାକୁ ମିଳିବେ। ମାତ୍ର ଏବେ ସୂଚନା ରହିଛି ରଣବୀର ସିଂହ ନହଁନ୍ତି, ବରଂ ଚଳଚ୍ଚିତ୍ର ପାଇଁ ଅକ୍ଷୟ କୁମାରଙ୍କୁ ନେଇ ପରିକଳ୍ପନା କରାଯାଉଛି।

ସମ୍ବନ୍ଧିତ ଖବର