ପୁଣି ଏହି ନାୟକଙ୍କ ସହ ନଜର ଆସିବେ କ୍ରିତି ସାନନ !

ମୁମ୍ବାଇ: ଗତ ଦୀପାବଳିରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ହାଉସ ଫୁଲ ୪’ରେ ପ୍ରଥମ ଥର ଏକାଠି ଆସିଥିଲେ ଅକ୍ଷୟ କୁମାର ଏବଂ କ୍ରିତି ସାନନ।ଏହି ଯୋଡ଼ିକୁ ଫିଲ୍ମଟିରେ ଖୁବ ପସନ୍ଦ ମଧ୍ୟ କରିଥିଲେ ଦର୍ଶକ । ଏବେ ଏହି ଯୋଡ଼ି ପୁଣି ଥରେ ଏକାଠି ଅଭିନୟ କରିବାକୁ ଯାଉଥିବାର ଖବର ମିଳିଛି।

ଅକ୍ଷୟ କୁମାର ଏବଂ କ୍ରିତି ସାନନ ଯେଉଁଥିରେ ଦ୍ୱତୀୟ ଥର ଲାଗି କାମ କରିବେ ସେହି ଫିଲ୍ମର ନାମ ହେଉଛି ‘ବଚ୍ଚନ ପାଣ୍ଡେ’ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ହାଉସଫୁଲ ୪’ ଫେମ୍‌ ଫରହଦ ସାମଜୀ । ସଂପ୍ରତି ଫିଲ୍ମଟିର ସ୍କ୍ରିପ୍ଟ କାମ ଚାଲିଥିବା ଜଣାପଡ଼ିଛି । ତେବେ ଏହି ଫିଲ୍ମରେ ଅକ୍ଷୟଙ୍କ ଅପୋଜିଟ କ୍ରିତିଙ୍କୁ ସାଇନ କରାଯାଇଥିବା କାରଣରୁ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Akshay Kumar will be seen romancing Kriti Sanon in Bachchan Pandey.
image source-indiatoday

‘ବଚ୍ଚନ ପାଣ୍ଡେ’ର ସୁଟିଂ ଆଗାମୀ ବର୍ଷ ଫେବୃଆରି ମାସରେ ଆରମ୍ଭ ହେବ ବୋଲି ଜଣାଯାଇଛି। ଏହାର ପ୍ରଯୋଜନା ସାଜିଦ ନାଡିଆଡଓ୍ୱାଲା କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର