ମୁମ୍ବାଇ: ୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ ‘୨.୦’ ରିଲିଜ୍ ହେବା ପୂର୍ବରୁ ଏହାର ଟ୍ରେଲର କେବେ ରିଲିଜ୍ ହେବ ତାକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଲାଗି ରହିଥିଲା। ଏବେ ସୁପରଷ୍ଟାର୍ ଅକ୍ଷୟ କୁମାର ନିଜର ଟ୍ଵିଟରରେ ଏହାର ଟ୍ରେଲର କେବେ ରିଲିଜ୍ ହେବ ତାହା ସ୍ପଷ୍ଟ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ହଁ ଅକ୍ଷୟ ସୂଚନା ଦେଇଛନ୍ତି ଯେ ‘୨.୦’ର ଟ୍ରେଲର ନଭେମ୍ବର ୩ ତାରିଖରେ ରିଲିଜ୍ ହେବ। ଏହା ରିଲିଜ୍ ହେବାମାତ୍ରେ ସିନେମା ସଂପର୍କୀତ ଆହୁରି କେତେକ କଥା ପଦାକୁ ଆସିବ ବୋଲି ଆଶା କରାଯାଉଛି। ଏଥିରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ବ୍ୟତୀତ ଏମି ଜାକସନ୍ ମଧ୍ୟ ଲିଡ଼୍ରୋଲ୍ରେ ଅଛନ୍ତି।ଏହା ସାରା ବିଶ୍ୱରେ ୭ ହଜାର ସ୍କ୍ରିନ୍ରେ ରିଲିଜ୍ ହେବ।
The FIFTH FORCE is coming!
Gear up, #2Point0Trailer launching on 3rd November! @2Point0movie @DharmaMovies @LycaProductions #2Point0 #2Point0TrailerOnNov3 pic.twitter.com/MFL6NMnwfE— Akshay Kumar (@akshaykumar) 28 October 2018
ଏହାର ନିର୍ଦ୍ଦେଶକ ହେଲେ ଏସ୍ ଶଙ୍କର ଏବଂ ଓସ୍କାର ବିଜେତା ଏ.ଆର୍ ରହେମାନ୍ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।ଏହି ଫିଲ୍ମର ବିତରଣ ଅଧିକାର କେବଳ କେରଳରେ ୧୬ କୋଟିରେ ବିକ୍ରି ହୋଇଛି।ଏଠାରେ ସୂଚନା ଯୋଗ୍ୟ ଯେ,‘ବାହୁବଳୀ-୨’ଏହା ମାତ୍ର ୧୦ କୋଟି ୫୦ ଲକ୍ଷରେ ବିକ୍ରି ହୋଇଥିଲା। ଏ ଦୃଷ୍ଟିରୁ ‘୨.୦’ ‘ବାହୁବଳୀ-୨’ର ରେକର୍ଡ଼ ବ୍ରେକ୍ କରିସାରିଛି ବୋଲି କୁହାଯାଇପାରେ।