ଅକ୍ଷୟ କୁମାରଙ୍କ ଅନୁରୋଧ, କହିଲେ-ଦେଶର ନୂଆ ସ୍ଲୋଗାନ୍‌ ହେଉ ‘ଜୟ ଯବାନ, ଜୟ କିଷାନ ଓ ଜୟ ବିଜ୍ଞାନ’

ମୁମ୍ବାଇ: ଅକ୍ଷୟ କୁମାରଙ୍କ ସିନେମା ‘ମିସନ୍‌ ମଙ୍ଗଲ’ ବକ୍ସ ଅଫିସରେ ଜବରଦସ୍ତ ଓପନିଂ କରିଛି। ଯାହାକୁ ନେଇ ସେ ବହୁ ଖୁସି ଅଛନ୍ତି। ଏହି ସିନେମା ପ୍ରଥମ ଦିନରେ ହିଁ ୨୯.୧୬ କୋଟି ବ୍ୟବସାୟ କରି ସାରିଛି। ସିନେମାରେ ବିଦ୍ୟା ବାଲନ୍‌, ତାପସୀ ପନ୍ନୁ, କୀର୍ତ୍ତି କୁଲ୍ଲାରି, ସିହ୍ନା, ନିତ୍ୟା ମେନନ ଓ ସର୍ମନ୍‌ ଜୋସିଙ୍କ ସହିତ ଅକ୍ଷୟ କୁମାର ନଜର ଆସିଛନ୍ତି।

ଏହି ସିନେମାକୁ ନେଇ ଅକ୍ଷୟ କୁମାର ଗଣମାଧ୍ୟମ ସହ କଥା ହେବା ସହିତ ଏହାର ସଫଳତାକୁ ନେଇ ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଏହି ସମୟରେ ଅକ୍ଷୟ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବି ଖୁବ୍‌ ପ୍ରଶଂସା କରିଛନ୍ତି। ଅକ୍ଷୟ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ ସହିତ ଦେଶର ବିଜ୍ଞାନ କ୍ଷେତ୍ରରେ ସରକାର କରିଥିବା ସାହାଯ୍ୟକୁ ନେଇ ପ୍ରଶଂସା କରିଛନ୍ତି।

Image result for akshay-kumar and modi
YouTube

ଅକ୍ଷୟଙ୍କ କହିବାନୁସାରେ, ମୁଁ ଏମିତି ପ୍ରଧାନମନ୍ତ୍ରୀ କେବେ ଦେଖି ନାହିଁ, ଯିଏକି ବିଜୟୀ ହୋଇ ଆସିବା ପରଠାରୁ ସ୍ୱଚ୍ଛତା ଓ ଟଏଲେଟକୁ ନେଇ ଆଲୋଚନା କରିବା ଆରମ୍ଭ କରିଥିଲେ। ଏମିତି ପ୍ରଧାନମନ୍ତ୍ରୀ ପ୍ରଥମ ଥର ଦେଖିଲି ଯିଏକି ପରିଷ୍କାର-ପରିଚ୍ଛନ୍ନକୁ ନିଜର ପ୍ରଥମ ଏଜେଣ୍ଡା ମାନି ଚଳିଛନ୍ତି। ସେ ଏହି ପ୍ରସଙ୍ଗକୁ ନେଇ ଏଯାବତ ବି ଆଲୋଚନା ଜାରି ରଖିଛନ୍ତି। ଏହି ପ୍ରସଙ୍ଗରେ ବିଜ୍ଞାନକୁ ବି ନିଆଯାଉ, ପ୍ରଥମେ ଏଥିପାଇଁ ୨ ପ୍ରତିଶତ ବଜେଟ ଦିଆଯାଉଥିଲା ଏବେ ଏହାକୁ ବୃଦ୍ଧି କରି ୧୮ ପ୍ରତିଶତ କରି ଦିଆଯାଇଛି। ମୋତେ ଲାଗୁଛି ଏବେ ଦେଶର ନୂଆ ସ୍ଲୋଗାନ୍‌ ହେବା ଆବଶ୍ୟକ। ପ୍ରଥମରୁ ଥିଲା ‘ଜୟ ଯବାନ, ଜୟ କିସାନ୍‌’ । ମୋର ମତରେ ଏବେ ‘ଜୟ ଯବାନ, ଜୟ କିସନ୍‌ ଓ ଜୟ ବିଜ୍ଞାନ’।

ସମ୍ବନ୍ଧିତ ଖବର