ପାକିସ୍ତାନୀ ପ୍ରଶଂସକଙ୍କ ପ୍ରଶଂସା କରି ଫସିଗଲେ ଖିଲାଡି ବୟ ଅକ୍ଷୟ

ମୁମ୍ବାଇ: ଖିଲାଡ ବୟ ଅକ୍ଷୟ କୁମାର ଚଳଚ୍ଚିତ୍ରରେ ତାଙ୍କର ଜବରଦସ୍ତ ଅଭିନୟରେ ସଭିଙ୍କୁ ଆକର୍ଷିତ କରିଥିବା ବେଳେ ଏବେ ତାଙ୍କ ପ୍ରଶଂସକମାନେ ତାଙ୍କୁ ବାସ୍ତବିକ ଖିଲାଡି ବୋଲି କହିବାକୁ ଲାଗିଲେଣି। ନିକଟରେ ଅକ୍ଷୟଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓଟିରେ ଅକ୍ଷୟ ପାକିସ୍ତାନ ସଂପର୍କରେ କଥା ହେଉଥିବା ନେଇ ସୋସିଆଲ୍‌ ମିଡିଆରେ ବ୍ୟବହାରକାରୀମାନେ ତାଙ୍କୁ ଟ୍ରୋଲ୍‌ କରିଛନ୍ତି।

ଏକ ପୁରୁଣା ସାକ୍ଷାତ୍‌କାରରେ ଅକ୍ଷୟ ଭିଡିଓରେ କହୁଛନ୍ତି, ‘ମୋ ଚଳଚ୍ଚିତ୍ର ପାକିସ୍ତାନରେ ସବୁଠାରୁ ବେଶୀ ବ୍ୟବସାୟ କରିଥାଏ। ପାକିସ୍ତାନରେ ମୋତେ ଯେତେ ଭଲପାଇବା ମିଳେ ଆଉ କେଉଁଠାରେ ସେତେ ଭଲପାଇବା ମିଳେନା।’

 

ଅକ୍ଷୟଙ୍କ ମୁହଁରୁ ଏପରି ଶୁଣିବା ପରେ ତାଙ୍କର ପାକିସ୍ତାନ ଓ ପାକିସ୍ତାନ ପ୍ରଶଂସକଙ୍କ ପ୍ରୀତି ଦେଖି କେହି କେହି ତାଙ୍କୁ ସମାଲୋଚନା କରିଥିବା ବେଳେ ଆଉ କେହି କେହି ସମର୍ଥନ ବି କରିଛନ୍ତି।

ଅକ୍ଷୟଙ୍କୁ କେଯି କେହଇ ଦେଶ ଦ୍ରୋହି କହୁଥିବା ବେଳେ ଆଉ କେହି ତାଙ୍କ ସମର୍ଥନରେ ତାଙ୍କୁ ବିଶ୍ୱ ସ୍ତରୀୟ ଷ୍ଟାର୍‌ର ନାମ ଦେଇଛନ୍ତି।

ସମ୍ବନ୍ଧିତ ଖବର