୨୦୧୨ ମସିହାରେ କରିଥିବା ଟୁଇଟ୍‌କୁ କାହିଁକି ୨୦୧୮ରେ ଡିଲିଟ୍‌ କଲେ ଅକ୍ଷୟ? ଜାଣନ୍ତୁ ଏହା କାହା ରିଟୁଇଟର୍‌ ପ୍ରଭାବ

ମୁମ୍ବାଇ: ସଚେତନତା ବାର୍ତ୍ତା ଦେଇ ବା ସମାଜିକ ଅସୁବିଧା ସଂପର୍କରେ ରୀତିମତ ଭାବେ ଟୁଇଟ୍‌ କରୁଥିବା ବଲିଉଡ୍‌ ଷ୍ଟାରଙ୍କ ମଧ୍ୟରୁ ଅକ୍ଷକ କୁମାର ବେଶ୍‌ ଆଗରେ। ଖାଲି ସେ କାହିଁକି, ତାଙ୍କ ପତ୍ନୀ ଟୁଇଙ୍କିଲ୍‌ ଖାନ୍ନା ବି ଏଥିରେ ବେଶ୍‌ ଧୁରନ୍ଧର। ତାଙ୍କ ବ୍ୟକ୍ତିତ୍ୱକୁ ସୁହାଇଲା ପରି ତାଙ୍କୁ ଚଳଚ୍ଚିତ୍ର ବି ମିଳିଥାଏ କରିବାକୁ। ନିକଟରେ ସେ ଅଭିନୟ କରିଥିଲବା ‘ଟଏଲେଟ୍‌: ଏକ୍‌ ପ୍ରେମ୍‌ କଥା’ ଓ ‘ପ୍ୟାଡ୍‌ମ୍ୟାନ୍‌’ ତାହାର ଦୁଇଟି ଜ୍ୱଳନ୍ତ ଉଦାହରଣ।

ଏତେକଥା ଆଲୋଚନା କରିବାର କାରଣ ହେଉଛି ୨୦୧୨ ମସିହାରେ ଅକ୍ଷ ସେହିପରି ଏକ ସାମାଜିକ ଟୁଇଟ୍‌ କରିଥିଲେ ଯାହାକୁ ଯେ ଡିଲିଟ୍‌ କରିଦେଇଛନ୍ତି। ତୈଳ ଦର ବୃଦ୍ଧିକୁ ନେଇ ନିଜର କ୍ଷୋଭ ପ୍ରକାଶ କରି ଅକ୍ଷୟ କୁମାର ନିଜ ଟୁଇଟର୍‌ ପେଜ୍‌ରେ ଟୁଇଟ୍‌ କରିଥିଲେ ଯେ, ‘ଲାଗୁଛି ଏବେ ଗାଡ଼ିକୁ ଘରେ ଥୋଇ ଦେଇ ନିଜର ବଇସାଇକେଲ୍‌କୁ ସଫା କରିବାକୁ ପଡ଼ିବ।’ ଅକ୍ଷୟଙ୍କର ସେହି ଟୁଇଟ୍‌ରେ ଜଣେ ଅଜଣା ବ୍ୟକ୍ତି ରିଟୁଇଟ୍‌ କରି ଲେଖିଛନ୍ତିି, ‘ବିଗ୍‌ ସାଲ୍ୟୁଟ ସାର୍‌! କିନ୍ତୁ ଆପଣ ଟିକେ ନିଜର ବାଇସାଇକେଲ୍‌ ମୋତେ ଦେବେ କି? ତାହାକୁ ମୁଁ ସଫା କରିଦେବି’।

ଅକ୍ଷୟଙ୍କ ଟୁଇଟ୍‌ଟି ପୁରୁଣା ହୋଇଯାଇଥିଲେ ବି ରିଟୁଇଟ୍‌ଟି ଏକଦମ ସଦ୍ୟ। ଅକ୍ଷୟ ଏହି ରିଟୁଇଟ୍‌ ଦେଖିବା ପରେ ତାଙ୍କର ଟୁଇଟ୍‌କୁ ଡିଲିଟ୍‌ କରି ଦେଇଛନ୍ତି। ସେ ଟୁଇଟ୍‌ ଡିଲିଟ୍‌ କରିବା ପରେ ସେହି ବ୍ୟକ୍ତି ଜଣକ ପୁଣି ଥରେ ଅକ୍ଷୟଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତି କି ‘ଅକ୍ଷୟ କୁମାର ଟୁଇଟ୍‌ ଡିଲିଟ୍‌ କାହିଁକି କରିଦେଲେ?’।

ସମ୍ବନ୍ଧିତ ଖବର