୧୫ଲକ୍ଷ ଟଙ୍କାର ସହାୟତା ରାଶି ପାଇ ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଜଣାଇଲେ ସହିଦ୍‌ ଯବାନଙ୍କ ଭାଇ; କହିଲେ ସବୁଠୁ ଅଧିକ ଦରକାର ଥିବା ସମୟରେ ସେ ଆମକୁ ସାହାଯ୍ୟ କରିଛନ୍ତି

ନୂଆଦିଲ୍ଲୀ : ପୁଲଓ୍ଵାମା ଆକ୍ରମଣ ପରେ ପରେ ସାରା ଭାରତବାସୀ ଏବଂ କଳାକାରମାନେ ଏକାଠି ହୋଇ ସହିଦ୍‌ ଯବାନଙ୍କ ପରିବାର ଲୋକଙ୍କୁ ସାହାଯ୍ୟ କରିଥିଲେ । ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ସହାୟତା ଲାଗି ପାଣ୍ଠି ଖୋଲା ଯାଇ ଟଙ୍କା ଜମା କରାଯିବା ସହ ପରେ ସେହି ରାଶିକୁ ସହିଦ୍‌ ପରିବାରକୁ ଦିଆ ଯାଇଥିଲା । ବଲିଉଡ୍‌ର ଖିଲାଡି ଅକ୍ଷୟ କୁମାର ମଧ୍ୟ ୪୦ଜଣ ସହିଦ୍‌ ଯବାନଙ୍କ ପରିବାରକୁ ୫କୋଟି ଟଙ୍କା ଦାନ କରିଥିଲେ । ଏହା ଏବେ ସହିଦ୍‌ ଯବାନଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିଛି । ୪୦ ଯବାନଙ୍କ ମଧ୍ୟରେ ସହିଦ୍‌ ହୋଇଥିବା ଜିତ୍‌ ରାମ୍‌ ଗୁର୍ଜ୍ଜରଙ୍କ ପତ୍ନୀ ସୁନ୍ଦରୀ ଦେବୀଙ୍କୁ କିଛି ଦିନ ତଳେ ଅକ୍ଷୟ କୁମାରଙ୍କ ସହାୟତା ରାଶି ମିଳିଥିଲା । ୧୫ଲକ୍ଷ ଟଙ୍କାର ସହାୟତା ରାଶି ପାଇ ଜିତ୍‌ଙ୍କ ଭାଇ ବିକ୍ରମ ଅକ୍ଷୟ କୁମାରଙ୍କୁ ଆର୍ଥକ ସହାୟତା ପାଇଁ ଧନ୍ୟବାଦ୍‌ ଜଣାଇଛନ୍ତି ।

boomboomlifestyle.com

ଧନ୍ୟବାଦ ଜଣାଇ, ଆମ ପରିବାରରେ କେବଳ ଜିତ୍‌ ରୋଜଗାର କରୁଥିଲେ । ସେ ପାଉଥିବା ଦରମାରେ ଆମ ପରିବାର ଚଳୁଥିଲା । କିନ୍ତୁ ପୁଲଓ୍ଵାମା ଆକ୍ରମଣରେ ସେ ସହିଦ୍‌ ହେବା ପରଠାରୁ ଆମ ପରିବାରରେ ଆର୍ଥକ ଅନଟନ ଦେଖା ଯାଇଥିଲା। କିନ୍ତୁ ଏଭଳି ସମୟରେ ଅକ୍ଷୟ କୁମାରଙ୍କ ସାହାଯ୍ୟ ଆମକୁ ସାହସ ଦେଇଛି । ସବୁଠୁ ଅଧିକ ଦରକାର ଥିବା ସମୟରେ ସେ ଆମକୁ ସାହାଯ୍ୟ କରିଛନ୍ତି ବୋଲି କହିଛନ୍ତି ବିକ୍ରମ ।

ସମ୍ବନ୍ଧିତ ଖବର