ନୂଆଦିଲ୍ଲୀ : ମୌସୁମୀ ବର୍ଷା ହେବା ପରେ ଆସାମରେ ଏହାର ପ୍ରଭାବ ଅଧିକ ପଡ଼ିଥିବା ଦେଖା ଯାଇଛି । ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରାୟ ୩୩ଟି ଜିଲ୍ଲାର ୪୫ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଲୋକଙ୍କ ସମେତ ପଶୁ-ପକ୍ଷୀମାନେ ମଧ୍ୟ ବନ୍ୟାର ଶିକାର ହୋଇଛନ୍ତି । ବନ୍ୟା ପାଇଁ ୨୭ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୭ଜଣ ପଶୁ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି । ତେବେ ଆସାମର ଏଭଳି ପରିସ୍ଥିତିରେ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ୍ ଅଭିନେତା ଅକ୍ଷୟ କୁମାର ।
/sambad/media/post_attachments/679804c225727845ffaef013eaf6c3441e3217a538592725dfe513621506c5d3.jpg)
ପ୍ରତି ଥର ଭଳି ଏ ଥର ମଧ୍ୟ ସେ ବଲିଉଡ୍ରୁ ସର୍ବପ୍ରଥମେ ୨କୋଟି ଟଙ୍କା ସହାୟତା ରାଶି ଦାନ କରିଛନ୍ତି । ୨କୋଟିରୁ ୧କୋଟି ଟଙ୍କା ଆସାମର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଥିବା ବେଳେ ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କାଜିରଙ୍ଗା ନ୍ୟାସନାଲ ପାର୍କକୁ ୧କୋଟି ଟଙ୍କା ଦାନ କରାଯାଇଛି । ଏହା ପ୍ରଥମ ନୁହେଁ, କେରଳରେ ହୋଇଥିବା ବନ୍ୟା, ଓଡ଼ିଶାରେ ହୋଇଥିବା ଫନି ସମୟରେ ମଧ୍ୟ ଅକ୍ଷୟ କୁମାର ସହାୟତାର ହାତ ବଢ଼ାଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)