କରୋନା ଲଢେଇରେ ସାମିଲ ହେଲେ ଅକ୍ଷୟ କୁମାର, ‘ପିଏମ୍ କେଆର୍ସ ଫଣ୍ଡ’କୁ ଦାନ କଲେ ୨୫କୋଟି ଟଙ୍କା

ମୁମ୍ବାଇ: କୋଭିଡ -୧୯ ଭଳି ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ଆଜି ‘ପିଏମ୍ କେଆର୍ସ ଫଣ୍ଡ’ ନାମରେ ଏକ ସାର୍ବଜନୀନ ଦାନଗ୍ରହଣକାରୀ ଟ୍ରଷ୍ଟ ସ୍ଥାପନ କରିଛନ୍ତି | ଦେଶକୁ ଏବଂ ଦେଶବାସୀଙ୍କୁ ସାହାଯ୍ୟ କରିବା ଏବଂ କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଏହି ଟ୍ରଷ୍ଟ ସ୍ଥାପନ କରିବା ପରେ ବଲିଉଡ ଅଭିନେତା ଅକ୍ଷୟ କୁମାର ପ୍ରଥମେ ସହାୟତା ରାଶି ପ୍ରଦାନ କରିଥିବା ଜଣା ପଡିଛି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଅଭିଯାନରେ ସାହାଯ୍ୟ କରିବାକୁ ଯାଇ ଅକ୍ଷୟ କୁମାର ‘ପିଏମ୍ କେଆର୍ସ ଫଣ୍ଡ’କୁ ୨୫କୋଟି ଟଙ୍କା ଦାନ କରିଛନ୍ତି | ଅକ୍ଷୟଙ୍କଠାରୁ ସାହାଯ୍ୟ ପାଇବା ପରେ ତାଙ୍କୁ ଟୁଇଟ କରି କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ଟୁଇଟରେ ଅକ୍ଷୟ କୁମାରଙ୍କୁ ଟ୍ୟାଗ କରି ମୋଦୀଜୀ ଲେଖିଛନ୍ତି, ଉତ୍ତମ କାର୍ଯ୍ୟ…….ସୁସ୍ଥ ଭାରତ ପାଇଁ ଦାନ କରିବା ଜାରି ରଖନ୍ତୁ |

‘ପିଏମ୍ କେଆର୍ସ ଫଣ୍ଡ’କୁ ଲଞ୍ଚ କରି ଆଜି ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି କହିଥିଲେ ଯେ, “ବିଭିନ୍ନ ବର୍ଗର ଲୋକ କୋଭିଡ -୧୯ ବିରୋଧରେ ଭାରତ ଲଢ଼ୁଥିବା ଯୁଦ୍ଧ ଲାଗି ଆର୍ଥକ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଲୋକମାନଙ୍କ ସେହି ଇଚ୍ଛାକୁ ସମ୍ମାନ ଜଣାଇ ‘ପିଏମ୍ କେଆର୍ସ ଫଣ୍ଡ’ ଗଠନ କରାଯାଇଛି। ଏକ ସୁସ୍ଥ ଭାରତ ଗଠନ  କରିବା ଦିଗରେ ଏହା ଏକ ଦୀର୍ଘମିଆଦୀ ପଦକ୍ଷେପ ହେବ |

ସମ୍ବନ୍ଧିତ ଖବର