‘ସୂର୍ଯ୍ୟବଂଶୀ’ ସୁଟିଂ ସେଟ୍‌ରେ ଅକ୍ଷୟ କୁମାର ଆହତ ହୋଇ ବି ଜାରି ରଖିଲେ ସୁଟିଂ

ମୁମ୍ବାଇ: ଅକ୍ଷୟ କୁମାର ଗୋଟିଏ ପରେ ଗୋଟିଏ ବକ୍ସଅଫିସ୍‌ ହିଟ୍‌ ସିନେମା ଦେଇ ଆସୁଥିବା ବେଳେ ଏବେ ଷ୍ଟାର ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ସୁଟିଂରେ ସେ ବ୍ୟସ୍ତ ଅଛନ୍ତି। ତେବେ ‘ସୂର୍ଯ୍ୟବଂଶୀ’ ସିନେମାର ସୁଟିଂ ସେଟ୍‌ରେ ଅକ୍ଷୟ କୁମାର ଆହତ ହୋଇଥିଲେ ହେଁ ସୁଟିଂ ଜାରି ରଖିଥିବା ସୂଚନା ମିଳିଛି। ତେବେ ଏହି ସିନେମାରେ ପାଖାପାଖି ୯ ବର୍ଷ ପରେ ଅକ୍ଷୟ ଓ କ୍ୟାଟ୍ରିନାଙ୍କୁ ଦର୍ଶକ ଏକାଠି ଦେଖିପାରିବେ।

 

ଅକ୍ଷୟ ‘ସୂର୍ଯ୍ୟବଂଶୀ’ ସିନେମାରେ କିଛି ଆକ୍ସନ୍‌ ସିନ୍‌ର ସୁଟିଂ କରୁଥିବା ସମୟରେ ଆହତ ହୋଇପଡ଼ିଥିଲେ। ସୁଟିଂ ସମୟରେ ତାଙ୍କ ବାମ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ପରେ ସେ ସୁଟିଂରୁ ବିରତି ନେବା ପରିବର୍ତ୍ତେ ପୂର୍ବ ଭଳି ସୁଟିଂ ଜାରି ରଖିଥିଲେ। ଫିଲ୍ମର ଏକ ଟିଜର୍‌ ରିଲିଜ୍‌ ହୋଇଛି, ଯେଉଁଥିରେ ସେ ହାତରେ ଏକ କଳା ପଟି ବାନ୍ଧିଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର