୧୭ବର୍ଷରେ ପାଦ ଦେଲେ ଅରବାଜ ଓ ମଲ୍ଲାଇକାଙ୍କ ପୁଅ, ଏଭଳି ଫଟୋ ସେୟାର କରି ଶୁଭେଚ୍ଛ‌ା ଜଣାଇଲେ ମା’ ମଲ୍ଲାଇକା

ମୁମ୍ବାଇ : ଫ୍ୟାଶନକୁ ନେଇ ଥିବା ଜ୍ଞାନ ଓ ନିଜ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ମଲ୍ଲାଇକା ଆରୋରା ଏବେ ନିଜର ଇନଷ୍ଟା ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପ୍ରଥମ ସ୍ବାମୀ ଅରବାଜ ଓ ତାଙ୍କ ପୁଅ ଅରହାନଙ୍କୁ ସେ ଏକ ଖାସ୍ ଫଟୋ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ନଭେମ୍ବର ୯ରେ ଅରହାନ ନିଜର ଜନ୍ମଦିନ ପାଳନ କରିଥିବା ବେଳେ ମଲ୍ଲାଇକାଙ୍କ ପୋଷ୍ଟ ତାଙ୍କ ଦିନଟିକୁ ଆହୁରି ଖାସ୍ କରାଇଛି।

 

 

ଇନଷ୍ଟାରେ ମଲ୍ଲାଇକା ସେୟାର କରିଥିବା ଫଟୋରେ ଅରହାନଙ୍କ ଛୋଟ ବେଳର ଫଟୋ ଏବଂ ଏବେର ଫଟୋ ରହିଥିବା ଦେଖାଯାଇଛି। ଗୋଟେ ଫଟୋରେ ମଲ୍ଲାଇକା ଅରହାନଙ୍କୁ କୋଳରେ ଧରିଥିବା ବେଳେ ଅନ୍ୟ ଫଟୋରେ ଅରହାନ ମଲ୍ଲାଇକାଙ୍କ ସହ ଠିଆ ହୋଇଥିବାର ଦେଖାଯାଇଛି। ଫଟୋ ସେୟାର କରି ମଲ୍ଲାଇକା ଲେଖିଛନ୍ତି, ଏଭଳି ଭାବରେ ମୋର ବେବି ବଏ ୧୭ବର୍ଷର ହୋଇଗଲା। ଆମର ପ୍ରଥମ ସନ୍ତାନ। ତୁମେ ମୋର ଦୁର୍ବଳତା ଏବଂ ମୋର ଶକ୍ତି ମଧ୍ୟ। ଲଭ୍ ୟୁ। ମଲ୍ଲାଇକାଙ୍କ ସହ ଅରହାନଙ୍କ ବାପା ଅରବାଜ୍ ମଧ୍ୟ ନିଜ ପୁଅକୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର