ଅକ୍ଷୟ କୁମାର ଜଣେ ପରଫେକସନିଷ୍ଟ। ଖାଲି ସେତିକି ନୁହେଁ, ସେ କେବେ ହେଲେ ପ୍ରଯୋଜକଙ୍କୁ ହଇରାଣରେ ପକାଇବାକୁ ଚାହାନ୍ତି ନାହିଁ । ସୁପରଷ୍ଟାର ଅକ୍ଷୟ କୁମାର ବିଗତ କିଛି ଦିନ ହେବ ସାମାଜିକ ସଚେତନତାଧର୍ମୀ ସିନେମାରେ ଅଭିନୟ କରି ଚାଲିଛନ୍ତି । ଆଉ ସେସବୁ ଫିଲ୍ମ ବକ୍ସଅଫିସରେ ଭଲ ବିଜନେସ ବି କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅକ୍ଷୟ କୁମାରଙ୍କ ଅଭିନୀତ ‘ଜଲି ଏଲଏଲବି’ ହେଉ ବା ‘ଟଏଲେଟ ଏକ ପ୍ରେମ କଥା’ କିମ୍ବା ‘ପ୍ୟାଡ୍ମ୍ୟାନ’ ହେଉ ସବୁଥିରେ ରହିଛି ସାମାଜିକ ବାର୍ତ୍ତା । ତେବେ ସେ ଯା’ହେଉନା କାହିଁକି ସୁପରଷ୍ଟାର ଅକ୍ଷୟକୁମାର ଏବେ ତାଙ୍କ ନୂଆ ସିନେମା କେଶରୀର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ସୁଟିଂ ବେଳେ ଅକ୍ଷୟ ଆହତ ହୋଇଥିବାର ଖବର ମିଳିଛି। ଡାକ୍ତର ତାଙ୍କୁ ସଂପୂର୍ଣ୍ଣ ବିଶ୍ରାମ ନେବା ଲାଗି କହିଛନ୍ତିି। ଡ଼ାକ୍ତର ବିଶ୍ରାମ ପାଇଁ ପରାମର୍ଶ ଦେଇଥିଲେ ହେଁ ତାକୁ ଗୁରୁତ୍ୱ ନଦେଇ ସୁଟିଂ ଜାରି ରଖିଛନ୍ତି ଖିଲାଡ଼ି କୁମାର ।
ପ୍ରାପ୍ତ ସୂଚନା ଅନୁଯାୟୀ , ଅକ୍ଷୟ କୁମାର ମହାରାଷ୍ଟ୍ରର ସିତାରା ଜିଲ୍ଲାରେ ‘କେଶରୀ’ ଫିଲ୍ମର ସୁଟିଂକରୁଛନ୍ତି । ଫିଲ୍କର କ୍ଲାଇମାକ୍ସ ସିନ୍ ସୁଟ କରାଯାଉଥିବା ବେଳେ ଅକ୍ଷୟଙ୍କ ଅନେକ ଗୁଡ଼ାଏ ଷ୍ଟଣ୍ଟ ସିନ୍ ଦେବାକୁ ପଡ଼ିଥିଲା। ଏହି ସମୟରେ ସେ ଆହତ ହୋଇଥିଲେ । କିନ୍ତୁ ସେ ଏବେ ବି ସୁଟିଂ ଜାରି ରଖିଛନ୍ତି ।