ବିଶ୍ବର ସବୁଠାରୁ ଅଧିକ ଆୟ କରୁଥିବା ଟପ୍ ଟେନ୍ କଳାକାରଙ୍କ ତାଲିକାରେ ଅକ୍ଷୟ କୁମାର, ବାର୍ଷିକ ଆୟ ୪୬୮ କୋଟି

ମୁମ୍ବାଇ: ବଲିଉଡର କେବଳ ଜଣେ ଅଭିନେତାଙ୍କୁ ଫୋବର୍ସ ପକ୍ଷରୁ ଜାରି କରାଯାଇଥିବା ସବୁଠାରୁ ଅଧିକ ଆୟ କରୁଥିବା ଟପ୍ ଟେନ୍ କଳାକାରଙ୍କ ତାଲିକାରେ ସ୍ଥାନ ମିଳିଛି। ସେହି ଅଭିନେତାଜଣକ ହେଲେ ଅକ୍ଷୟ କୁମାର ।ସେ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ୨୦୧୮ ଜୁନରୁ ୨୦୧୯ ଜୁନ୍ ମାସ ମଧ୍ୟରେ ଅକ୍ଷୟ କୁମାର ୬୮ ମିଲିଅନ୍ ଡଲାର ଆୟ କରିଛନ୍ତି। ଏହାର ଭାରତୀୟ ମୂଲ୍ୟ ହେଲା ୪୮୬ କୋଟି ଟଙ୍କା। ଅକ୍ଷୟ କୁମାରଙ୍କ ବ୍ୟତୀତ ଅନ୍ୟ କେହି ବଲିଉଡ କଳାକାରଙ୍କ ନାମ ଏଥିରେ ନାହିଁ।

ଏହି ତାଲିକାରେ ବିଶ୍ବର ସବୁଠାରୁ ଅଧିକ ଆୟ କରୁଥିବା କଳାକାର ତାଲିକାର ଶୀର୍ଷରେ ରହିଛନ୍ତି ହଲିଉଡ ଅଭିନେତା ଇଭେନ୍ ଜନସନ୍। ସେ ୮୯.୪ ମିଲିଅନ୍ ଡଲାର ଆୟ କରିଛନ୍ତି। ଏହାର ଭାରତୀୟ ମୂଲ୍ୟ ହେଲା ୬୩୯ କୋଟି ଟଙ୍କା।

इन फिल्मों के लिए तैयार अक्षय कुमार
photo-oneindia

ଆପଣଙ୍କ ସୂଚନା ଲାଗି ଜଣାଉଛୁ କି, ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ନୂଆ ଫିଲ୍ମ ‘ମିଶନ ମଙ୍ଗଲ୍’ ବକ୍ସ ଅଫିସରେ ଧମାଲ କରୁଛି। ଏହା ଇତିମଧ୍ୟରେ ୧୨୦ କୋଟି ଟଙ୍କା ଆୟ କରିସାରିଲାଣି। ସଂପ୍ରତି ଅକ୍ଷୟ କୁମାର ତାଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ଏବଂ‘ବଚ୍ଚନ ପାଣ୍ଡେ’ର ସୁଟିଂ ମଧ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର