ସୈଫ୍‌ କହିଲେ, ‘ମୋର ଏହି ସିନେମାର ଗୀତକୁ ନେଇ ସବୁବେଳେ ମଜାକ୍‌ ଉଡାନ୍ତି ଅକ୍ଷୟ’

ନୂଆଦିଲ୍ଲୀ: ଅଭିନେତା ସୈଫ୍‌ ଅଲି ଖାନ୍‌ ଓ ଅକ୍ଷମ କୁମାର ବଲିଉଡ୍‌ରେ ଦର୍ଶକଙ୍କ ଖୁବ୍‌ ପସନ୍ଦର ହିରୋ ରହି ଆସିଛନ୍ତି। ଏହି ଯୋଡ଼ି ଏକା ସହିତ ଅନେକ ସିନେମାରେ ନଜର ଆସିଛନ୍ତି ଓ ସିନେମା ବି ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିଛି। ନିକଟରେ ସୈଫ୍‌ ଅକ୍ଷୟଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ହିନ୍ଦୀ ସିନେମାର ଖିଲାଡି କହୁଥିବା ଅଭିନେତା ଅକ୍ଷୟ କୁମାର ଆଜି ବି ସୈଫ୍‌ଙ୍କର ଗୋଟିଏ ସିନେମାର ଗୀତକୁ ନେଇ ମଜାକ୍‌ ଉଡାନ୍ତି। ଯେଉଁଥିପାଇଁ ସୈଫ୍‌ଙ୍କୁ ଅନେକ ସମୟରେ ଲାଜ ବି ମାଡିଛି।

ସେଫ୍‌ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ୯୦ଦଶକରେ ସେ ସିନେମା ‘ଆଶିକ ଆଓ୍ଵାରା’ କରିଥିଲେ। ଏହି ସିନେମାରେ ‘ମେ ହୁଁ ଆଶିକ୍‌..’ ଗୀତ ସୁପରହିଟ ହୋଇଥିଲା କିନ୍ତୁ ଅକ୍ଷୟ ଏହି ଗୀତକୁ ନେଇ ଆଜି ବି ସୈଫ୍‌ଙ୍କ ମଜାକ୍‌ ଉଡାନ୍ତି। ଏହି ଗୀତ ଯେତେବେଳେ ରିଲିଜ ହେଲା ଅକ୍ଷୟ ଫୋନ୍‌ କଲେ ଓ ହସିବାକୁ ଲାଗିଥିଲେ। ସୈଫ୍‌ଙ୍କୁ କହିଲେ ତୁମେ ଏଇ ଗୀତରେ କ’ଣ କରୁଛ। ଅକ୍ଷୟ ଏହି ଗୀତକୁ ନିଜର ମାଷ୍ଟର ପିସ୍‌ ବୋଲି କହିନ୍ତି ବୋଲି ସୈଫ୍‌ କୁହନ୍ତି।

ସମ୍ବନ୍ଧିତ ଖବର