ଅକ୍ଷୟ କୁମାରଙ୍କ ପାରିଶ୍ରମିକ ବୃଦ୍ଧି ପାଇ ଏତିକି କୋଟିରେ ପହଞ୍ଚିଲା

ମୁମ୍ବାଇ: ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର ନିଜର ଆଗାମୀ ସିନେମା ପାଇଁ ଚର୍ଚ୍ଚାରେ ରହିଛନ୍ତି। ୨୦୧୯ରେ ଅକ୍ଷୟଙ୍କ ନାମ ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା କଳାକାର ତାଲିକାରେ ଥିଲା। ଏବେ ସେ ଲଗାତାର ହିଟ୍‌ ସିନେମା ଦେଉଥିବା ବେଳେ ବକ୍ସ ଅଫିସରେ ବି ଅକ୍ଷୟଙ୍କ ଅଭିନୀତ ସିନେମା ଭଲ ବ୍ୟବସାୟ କରୁଛି। ତେବେ ଶୁଣିବାକୁ ମିଳିଛି ଅକ୍ଷୟ ତାଙ୍କ ଆଗାମୀ ସିନେମା ପାଇଁ ନିଜର ପାରିଶ୍ରମିକକୁ ବୃଦ୍ଧି କରିଛନ୍ତି। ଚଳିତ ବର୍ଷ ମଧ୍ୟ ଭାଗରେ ଅକ୍ଷୟଙ୍କ ଏହି ସିନେମା ରିଲିଜ୍‌ ହୋଇପାରେ ବୋଲି ଅନୁମାନ କରାଯାଉଛି।

 

 

View this post on Instagram

 

Thank you @twinklerkhanna for nominating me. Eating clean is not an option but a way of life for me. Here’s a glimpse at what made me spring into action this morning 🕺 Sharing how you can also make my favourite avocado on toast and my chia pudding. It’s healthy, tasty, and keeps you full for hours, not to mention high in protein 😋 *Avocado on toast* Mash a ripe avocado. Add little olive oil, I like to add Rapeseed oil to it. Add a pinch of Himalayan Pink Salt, & a dash of chaat masala if you like things flavoursome. Spread the mashed avocado on two slices of toasted barley bread or any multigrain bread. Garnish with pomegranate. *Chia Pudding* Soak 3 teaspoons of chia seeds in walnut milk, overnight. Add a little honey or cinnamon to it. Top with seasonal fruits of your choice, preferably berries. Voila Bon Appetit 🙏🏽 Now you know what’s in my dabba, I nominate @katrinakaif @bhumipednekar and @shikhardofficial to give me a peek inside their dabbas. It would be great to know more healthy food options. Don’t forget to share a photo with #WhatsInYourDabba and tag @TweakIndia

A post shared by Akshay Kumar (@akshaykumar) on

ବଲିଉଡ୍‌ ହଙ୍ଗାମାର ପ୍ରକାଶିତ ରିପୋର୍ଟ ଅନୁସାରେ, ଆନନ୍ଦ ଏଲ୍‌ ରୟଙ୍କ ନିର୍ଦ୍ଦେଶିତ ସିନେମା ପାଇଁ ଅକ୍ଷୟ କୁମାରଙ୍କ କୁଆଡେ ୧୨୦ କୋଟି ଟଙ୍କା ପାରିଶ୍ରମିକ ନେଉଛନ୍ତି। ଏଯାବତ ଆନନ୍ଦ ଏଲ୍‌ ରୟଙ୍କ ନିର୍ଦ୍ଦେଶିତ ସିନେମାର ନାମ ଜଣାପଡ଼ି ନ ଥିବା ବେଳେ ଏଥିରେ ଅକ୍ଷୟଙ୍କ ସହ ସାରା ଅଲି ଖାଁ ଓ ଧନୁଷ ନଜର ଆସିପାରନ୍ତି ବୋଲି ଶୁଣିବାକୁ ମିଳିଛି। ଖୁବଶୀଘ୍ର ଅକ୍ଷୟଙ୍କ ଆଗାମୀ ସିନେମାର ନାମ ଘୋଷଣା କରାଯିବ।

ସମ୍ବନ୍ଧିତ ଖବର