ମୋଦି ସରକାରଙ୍କ ଏହି ନିଷ୍ପତ୍ତି ସଂପର୍କରେ ଜାଣିବା ପରେ ପ୍ରଶଂସାର ସୁଅ ଛୁଟାଇଲେ ଅଭିନେତା ଅକ୍ଷୟ କୁମାର

ମୁମ୍ବାଇ: କିଛି ଦିନ ତଳେ ଅକ୍ଷୟ କୁମାର ବିଜେପି ଦଳରୁ ୨୦୧୯ର ନିର୍ବାଚନ ଲଢ଼ିବେ ବୋଲି ଖବର ଆସିଥିଲା । ଏବେ ସେ ବିଜେପି ଦଳର ମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିବା ଜଣା ପଡ଼ିଛି । ନରେନ୍ଦ୍ର ମୋଦି ଶନିବାର ନେଇଥିବା ନିଷ୍ପତ୍ତି ଉପରେ ଖୁସି ହୋଇ ଅକ୍ଷୟ କୁମାର ତାଙ୍କୁ ପ୍ରଶଂସା କରିଥିବା ଜଣା ପଡ଼ିଛି ।

Newsheads

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ମୋଦି କିଛି ଜରୁରୀ ଜିନିଷ ଉପରୁ ଜିଏସ୍‌ଟି ଛାଡ଼୍‍ କରିଥିବା ବେଳେ ସେଥିରେ ସାନିଟାରି ନାପ୍‌କିନ୍‌ ମଧ୍ୟ ରହିଛି । ମୋଦିଙ୍କ ଏହି ନିଷ୍ପତ୍ତି ବିଷୟରେ ଜାଣି ଅକ୍ଷୟ କୁମାର ତାଙ୍କ ନିଷ୍ପତ୍ତିକୁ ଗ୍ରହଣ କରି ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ଖାଲି ଅକ୍ଷୟ ନୁହନ୍ତି, ତାଙ୍କ ଧର୍ମପତ୍ନୀ ଟ୍ଵିଙ୍କ୍‌ଲ ଖନ୍ନା ମଧ୍ୟ ଟ୍ଵିଟ୍‌ କରି ମୋଦିଙ୍କୁ ପ୍ରଶଂସା କରିଥିବା ଦେଖାଯାଇଛି । ପୂର୍ବରୁ ଟ୍ଵିଙ୍କ୍‌ଲ ସାନିଟାରି ନାପ୍‌କିନ୍‌ ଉପରେ ଲାଗୁ ହେଉଥିବା ଜିଏସ୍‌ଟିକୁ ବିରୋଧ କରିଥିବା ବେଳେ ତାଙ୍କୁ ଅନେକ ଲୋକ ବିରୋଧ କରିଥିଲେ । କିନ୍ତୁ ସରକାର ଏ ବିଷୟରେ ଚିନ୍ତା କରି ଶନିବାର ସାନିଟାରି ନାପ୍‌କିନ୍‌ ଉପରୁ ଜିଏସ୍‌ଟି ଛାଡ଼୍‍ କରିବାର ନିଷ୍ପତ୍ତି ନେବା ପରେ ଏହାକୁ ଉଭୟ ଅକ୍ଷୟ ଏବଂ ଟ୍ଵିଙ୍କଲ ସ୍ୱାଗତ କରିଛନ୍ତି ।

ସମ୍ବନ୍ଧିତ ଖବର