ବିଏମ୍‌ସିକୁ ନେଇ ଟୁଇଟ୍‌ କଲେ ଅକ୍ଷୟ କୁମାର, ଲୋକେ କହିଲେ; ମୁମ୍ବାଇ ନୁହେଁ, କାନାଡାରେ ଯାଇ ଉପଦେଶ ଦିଅ

ମୁମ୍ବାଇ : ଫିଲ୍ମରୁ ସମୟ ବାହାର କରି ଏବେ ଅକ୍ଷୟ କୁମାର ନିଜ ପରିବାର ସହ ଲଣ୍ଡନରେ ସମୟ ବିତାଉଛନ୍ତି । ଛୁଟି କଟାଇବା ସହ ସୋସିଆଲ ମିଡିଆରେ ମଧ୍ୟ ଆକ୍ଟିଭ ଅଛନ୍ତି ଅକ୍ଷୟ । କିଛି ଦିନ ତଳେ ବିଏମ୍‌ସି ଟୁଇଟ୍‌ରରେ ଆକାଉଣ୍ଟ ଖୋଲିଥିବା ବେଳେ ଏ ନେଇ ଶନିବାର ଟୁଇଟ୍‌ କରି ଜଣାଇଥିଲେ ଅକ୍ଷୟ । ଟୁଇଟ୍‌ରେ, ବିଏମ୍‌ସି ଏବେ @mybmc ନାମରେ ଟୁଇଟରରେ ଉପଲବ୍ଧ । ଏବେ ଆପଣ ସିଧାସଳଖ ଭାବେ ନିଜର ଅଭିଯୋଗ ଏବଂ ଉପଦେଶ ବିଏମ୍‌ସିକୁ ଦେଇ ପାରିବେ । ନିଜ ସ୍ୱରକୁ ତାଙ୍କ ପାଖରେ ପହଞ୍ଚାଇବା ପାଇଁ ଏବେ ହିଁ ବିଏମ୍‌ସିକୁ ଟୁଇଟ୍‌ କରନ୍ତୁ ବୋଲି ଲେଖିଥିଲେ ଅକ୍ଷୟ ।

କିନ୍ତୁ ଲୋକମାନଙ୍କୁ ଅବଗତ କରାଇବାକୁ ଯାଇ ଟ୍ରୋଲିଂର ଶିକାର ହୋଇ ଯାଇଥିଲେ ଅକ୍ଷୟ । ଜଣେ, କାନାଡାର ହୋଇ ମୁମ୍ବାଇବାସୀଙ୍କୁ ଜ୍ଞାନ ଦେଉଛି । ପଳାଅ ଏଠୁ ବୋଲି ଲେଖିଥିବା ବେଳେ ଆଉ ଜଣେ ନବାଗତମାନେ ତୁମଠାରୁ ଅଗକୁ ଚାଲିଗଲେ, ଏତେ ଛୋଟ ଷ୍ଟାର ତମେ କାନାଡିଆନ ବୋଲି ଲେଖିଥିଲେ । କେହି କେହି ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ମିଶନ ମଙ୍ଗଲ’ର ପୋଷ୍ଟର ସେୟାର କରି କପି କ୍ୟାଟ୍‌ ବୋଲି ଲେଖିଛନ୍ତି ।

ସମ୍ବନ୍ଧିତ ଖବର