ଅକ୍ଷୟ କୁମାରଙ୍କ ସହ ପଙ୍ଗା ନେବାକୁ ଅମଙ୍ଗ!

ବଲିଉଡରେ ଚର୍ଚ୍ଚା ହେଉଛି ଯେ, ରଜନୀକାନ୍ତ ଓ ଅକ୍ଷୟ କୁମାର ଷ୍ଟାରର ମୁଭି ‘୨.୦’ ନଭେମ୍ବର ୨୩ ତାରିଖରେ ରିଲିଜ୍‌ ହେବାର ଘୋଷଣା ଶୁଣିବା ମାତ୍ରେ ଦୁଇଜଣ ପ୍ରଯୋଜକ ସେମାନଙ୍କ ଫିଲ୍ମର ରିଲିଜ୍‌ ତାରିଖ ବଦଳାଇଛନ୍ତି।
ଏମାନଙ୍କ ଭିତରୁ ଜଣେ ହେଲେ ପ୍ରଯୋଜକ କରଣ ଜୋହର୍‌ । ସେ ‘ଦି ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇଅର୍‌’ର ରିଲିଜ୍‌ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଏହି ସିନେମା ମଧ୍ୟ ନଭେମ୍ବର ୨୩ ତାରିଖରେ ରିଲିଜ୍‌ ହେବାର ରିଲିଜ୍‌ ହେବ ବୋଲି ଆଗରୁ ସୂଚନା ମିଳିଥିଲା।‘ଦି ଷ୍ଟୁଡେଣ୍ଟ୍‌ ଅଫ୍‌ ଦି ଇଅର୍‌-୨’ଏବେ ୨୦୧୯ ମଇ ମାସରେ ରିଲିଜ୍‌ ହେବବୋଲି ଜଣାଯାଇଛି।
ଅପରପକ୍ଷରେ ସୁଶାନ୍ତ ସିଂହ ରାଜପୁତ ଓ ସାରା ଅଲ୍ଲୀ ଖାନ୍‌ଙ୍କ ଷ୍ଟାରର୍‌ ସିନେମା ‘କେଦାରନାଥ୍‌’ର ରିଲିଜ୍‌ ତାରିଖ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ଏହି ସିନେମା ମଧ୍ୟ ନଭେମ୍ବରରେ ରିଲିଜ୍‌ ହେବାର ଥିଲା। ‘କେଦାରନାଥ୍‌’ବି ୨୦୧୯ରେ ରିଲିଜ୍‌ ହେବ।


ଅକ୍ଷୟ କୁମାରଙ୍କ ସହିତ ପଙ୍ଗା ନ ନେବା ଲାଗି ଏହି ଦୁଇ ସିନେମାର ନିର୍ମାତା ଏଭଳି ପଦକ୍ଷେପ ନେଇଥିବା ଶୁଣିବାକୁ ମିଳୁଛି। ‘୨.୦’ର ବିତରକମାନେ ଆଶାବାଦୀ ଯେ,ଏହି ଫିଲ୍ମ ଦକ୍ଷିଣ ଭାରତରେ ରଜନୀକାନ୍ତଙ୍କ ପାଇଁ ଓ ଉତ୍ତର ଭାରତରେ ଅକ୍ଷୟ କୁମାରଙ୍କ ପାଇଁ ଭଲ ବ୍ୟବସାୟ କରିବ।

ସମ୍ବନ୍ଧିତ ଖବର