ମୁମ୍ବାଇ : ଛୋଟ ପରଦାର ନାଗିନ୍ ମୌନି ରୟ ‘ଗୋଲ୍ଡ’ରେ ବଲିଉଡରେ ଡେବ୍ୟୁ କରିଛନ୍ତି। ସେ ଏଥିରେ ଖୁବ୍ ଭଲ ଅଭିନୟ କରିଛନ୍ତି ବୋଲି ଏହାର ନାୟକ ଅକ୍ଷୟ କୁମାର କହିଛନ୍ତି। ମୁମ୍ବାଇରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଫିଲ୍ମ ‘ଗୋଲ୍ଡ’ର ଏକ ଗୀତକୁ ଲଞ୍ଚ୍ କରାଯାଇଛି। ଏହି ଗୀତ ହେଲା‘ନୈନୋ ନେ ବାନ୍ଧି’..।ଏହି ଅବସରରେ ଫିଲ୍ମର ନାୟକ ଅକ୍ଷୟ କୁମାର ଓ ନାୟିକା ମୌନି ରାୟ ଜୋରଦାର୍ ନୃତ୍ୟ କରିଥିଲେ। ଛୋଟ ପରଦାର ମୌନିଙ୍କ ସହ ଅକ୍ଷୟ କୁମାର ଟେବୁଲ୍ ଡ୍ୟାନ୍ସ କଲେ । ଏହି ଡ୍ୟାନସ ଭିଡ଼ିଓକୁ ନାୟିକା ମୌନି ରୟ ନିଜର ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ୍ କରିଛନ୍ତି।
ଏହି ଅବସରରେ ଅକ୍ଷୟ କୁମାର ଆଶା ପ୍ରକାଶ କରିଛନ୍ତି ଯେ,‘ଗୋଲ୍ଡ’ ରିଲିଜ୍ ହେବା ପରେ ‘ହକି’କୁ ରାଷ୍ଟ୍ରୀୟ କ୍ରୀଡ଼ାର ମର୍ଯ୍ୟାଦା ମିଳିବ। ଏହି ଫିଲ୍ମରେ ଅକ୍ଷୟ କୁମାର ତପନ ଦାସ ଭୂମିକାରେ ଅଛନ୍ତି। ଅପରପକ୍ଷରେ ମୌନି ରୟଙ୍କୁ ଏଥିରେ ଅକ୍ଷୟଙ୍କ ପତ୍ନୀ ମୋନୋବିନା ଦାସ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।
‘ଗୋଲ୍ଡ’ର ନିର୍ଦ୍ଦେଶିକା ହେଲେ ରୀମା କାଗ୍ତି। ‘ଗୋଲ୍ଡ’ ଅଗଷ୍ଟ ୧୭ ତାରିଖରେ ରିଲିଜ୍ ହେଉଛି। ସେହି ଦିନ ଜନ୍ ଆବ୍ରାହମ୍ଙ୍କ ଅଭିନୀତ ‘ସତ୍ୟମେବ ଜୟତେ’ମଧ୍ୟ ମୁକ୍ତିଲାଭ କରିବ। ଦୁଇଟି ସିନେମା ମଧ୍ୟରେ ରିଲିଜ୍ ଲଢ଼େଇକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅକ୍ଷୟ କୁମାର। ସେ କହିଛନ୍ତି ଯେ ଏକାଦିନେ ଦୁଇଟି ଭିନ୍ନ ଫିଲ୍ମ ରିଲିଜ୍ ହେବାରେ କିଛି ଅସୁବିଧା ନାହିଁ। ଜନ୍-ଓ ସେ ଖୁବ୍ ଭଲ ସାଙ୍ଗ ବୋଲି କହିଛନ୍ତି।