ଅକ୍ଷୟ କୁମାରଙ୍କ ଭଳି ସମାଜକୁ ବାର୍ତ୍ତା ଦେବା ଭଳି ଫିଲ୍ମ କରୁ ନାହାନ୍ତି କାହିଁକ ଶାହାରୁଖ୍‌ ଖାନ୍‌ ?

ମୁମ୍ବାଇ : ଶାହାରୁଖ୍‌ ଖାନ୍‌ଙ୍କୁ ବଲିଉଡ଼ର ବାଦ୍‌ଶାହା କୁହାଯାଉଛି । ବୟସ ତାଙ୍କ ପାଇଁ ବାଧକ ସାଜି ନାହିଁ । ଏବେ ମଧ୍ୟ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ସେ ଦେଇ ଚାଲିଛନ୍ତି । ଏହା ସହ ଏହି ଲାଇନ୍‌ରେ କେତେ କଷ୍ଟ କରିବାକୁ ହୁଏ ତାହା ମଧ୍ୟ ସେ ଭଲ ଭାବରେ ଜାଣିଛନ୍ତି ।
ତେବେ ଫିଲ୍ମ ଚୟନକୁ ନେଇ ତାଙ୍କୁ ଏକ ସାକ୍ଷାତକାରରେ ପଚରାଯିବା ପରେ ସେ ତୁରନ୍ତ ଏହାର ଉତ୍ତର ରଖିଥିଲେ । ‘ମୁଁ ଫିଲ୍ମକୁ ନୁହେଁ ବରଂ ଫିଲ୍ମ ମୋତେ ଚୟନ କରିଥାଏ । ମୁଁ ଫିଲ୍ମକୁ ଖୋଜିବାକୁ ଯାଏ ନାହିଁ, ଫିଲ୍ମ ମୋତେ ଖୋଜି ଖୋଜି ଆସେ’ ବୋଲି ସେ କହିଥିଲେ ।

photo-navbharattimes

ଅକ୍ଷୟ କୁମାରଙ୍କ ଭଳି ସମାଜକୁ ବାର୍ତ୍ତା ଦେଲା ଭଳି ଫିଲ୍ମ ସେ କାହିଁକି କରୁ ନାହାନ୍ତି ବୋଲି ପଚରାଯିବାରୁ ସେ କହିଥିଲେ ଯେ ପ୍ରତି କାହାଣୀ ପାଇଁ କଳାକାର ଅଲାଗା ହେବା ଦରକାର । ସମସ୍ତେ ସବୁ କରି ପାରିବେ ନାହିଁ । ସବୁ ଚରିତ୍ର ପାଇଁ ସମାସ୍ତେ ଫିଟ୍‌ ହୋଇ ପାରିବେ ନାହିଁ ବୋଲି ସେ କହିଥିଲେ । ଫିଲ୍ମକୁ ଚୟନ କରିବା ପୂର୍ବରୁ ତାହା ମୁଁ କରି ପାରିବା ଭଳି ଚରିତ୍ର କି ନାହିଁ ଭାବିଥାଏ ।

୧୫ ବର୍ଷ ହେଲା ମୁଁ ଫିଲ୍ମରେ ପ୍ରଯୋଜନା କରି ଆସୁଛି ଏବଂ ଯେଉଁ ଫିଲ୍ମ ମୋତେ କରିବା ଉଚିତ୍‌ ବୋଲି ମନେ ହୋଇଛି ମୁଁ ସେହି ଫିଲ୍ମ କରି ଆସିଛି । ତା ଛଡ଼ା ଫିଲ୍ମ କେବଳ ସନ୍ଦେଶ ଦେବା ନୁହେଁ ଦର୍ଶକଙ୍କୁ ମନୋରଞ୍ଜନ ମଧ୍ୟ କରି ପାରୁଥିବା ଦରକାର ବୋଲି ସେ କହିଥିଲେ । ।

ସମ୍ବନ୍ଧିତ ଖବର