ଏସବୁ ସୁପରହିଟ୍‌ ସିନେମାରେ କାମ କରିବା ଅକ୍ଷୟ କୁମାରଙ୍କ ଭାଗ୍ୟରେ ନଥିଲା

ବଲିଉଡ  ସୁପରଷ୍ଟାର୍‌ ଅକ୍ଷୟ  କୁମାରଙ୍କ ଭାଗ୍ୟ ଏବେ ଚମକୁଛି। ସେ ଯେଉଁଥିରେ କାମ କରୁଛନ୍ତି ତାହା ହିଟ୍‌ ହେଉଛି। ହେଲେ ଅତୀତରେ   ତାଙ୍କର ସୁଦୀର୍ଘ କ୍ୟାରିଅର୍‌ରେ  ଏମିତି  କେତେକ  ଫିଲ୍ମକୁ ଅକ୍ଷୟ  କୁମାର ହାତଛଡ଼ା  କରିଛନ୍ତି ବା କୌଣସି କାରଣରୁ  ସେଥିରୁ ଆଉଟ ହେବାକୁ ପଡ଼ିଛି ,ଯାହା ଅନ୍ୟ ନାୟକଙ୍କ ଖାତାରେ ଆସି   ସୁପରହିଟ୍‌  ହୋଇଛି ।   ଏଭଳି  ସିନେମା  ଉପରେ ଆସନ୍ତୁ ନଜର ପକାଇବା..

 

ଫୁଲ ଔର  କାଣ୍ଟେ:  ବଲିଉଡକୁ  ଅଜୟ ଦେବଗନ୍‌  ନାମରେ ଜଣେ ଷ୍ଟାର୍‌ଙ୍କୁ ଜନ୍ମ ଦେଇଥିବା  ଫିଲ୍ମ ହେଲା ‘ ଫୁଲ୍‌ ଔର  କାଣ୍ଟେ’ । ଏହାର ନିର୍ଦ୍ଦେଶନା   ଦେଇଥିଲେ  କୁକୁ କୋହଲୀ ।  ହେଲେ  ଆପଣ କ’ଣ ଜାଣନ୍ତି ଯେ  ଏହି ସିନେମାରେ ନାୟକ  ଭୂମିକାରେ  ଅଫର୍‌  ପ୍ରଥମେ ଅକ୍ଷୟ କୁମାରଙ୍କୁ ମିଳିଥିଲା  । ସେ  ରାଜି ବି ହୋଇଥିଲେ ।  ଯେଉଁ ଦିନ ସୁଟିଂ ଆରମ୍ଭ  ହେବାର ଥିଲା, ତା’ ପୂର୍ବ ରାତିରେ ଅକ୍ଷୟ  ଏକ  ଷ୍ଟୁଡିଓ ରେ ବସି ଗୀତ ଶୁଣିବାରେ  ନିମଗ୍ନ  ଥିବା ବେଳେ କାଲି ସେଟ୍‌ କୁ  ନ ଆସିବା ଲାଗି ଫୋନ୍‌ ଆସିଥିଲା  । ପର ଦିନ ସେ ଜାଣିବାକୁ  ପାଇଥିଲେ  ଅଜୟ ଦେବଗନ୍‌ଙ୍କୁ  ନିଆଯାଇ  ‘ ଫୁଲ୍‌  ଔର  କାଣ୍ଟେ’ ର ସୁଟିଂ  ଆରମ୍ଭ ହୋଇଛି ।

photo-pmcvariety.files_.wordpress.com

ଭାଗ୍‌ ମିଲଖା  ଭାଗ୍‌:  ପ୍ରଖ୍ୟାତ  ନିର୍ଦ୍ଦେଶକ  ରାକେଶ  ଓମ୍‌ ପ୍ରକାଶ  ମେହେରା  ଚାହୁଁଥିଲେ ଅକ୍ଷୟ କୁମାର ‘ ଭାଗ୍‌ ମିଲ୍‌ଖା  ଭାଗ୍‌’ ରେ ହିରୋ  ହୁଅନ୍ତୁ ।  ଏପରିକି ନିଜେ ମିଲ୍‌ଖା ସିଂହ ବି  ସେଇଆ  ଚାହୁଁଥିଲେ ।  ରାକେଶ ଅକ୍ଷୟ  କୁମାରଙ୍କୁ  ଫିଲ୍ମ ପାଇଁ ଆପ୍ରୋଚ୍‌  ବି କରିଥିଲେ, ହେଲେ  ସ୍କ୍ରିପ୍ଟ୍‌ରେ ସନ୍ତୁଷ୍ଟ  ନ ହେବା ଫଳରେ ଏହି ସିନେମାକୁ ହାତ ଛଡ଼ା   କରିଥିଲେ ।  କିନ୍ତୁ ଏହାର  ସ୍କ୍ରିପ୍ଟ୍‌ ଫରହାନ୍‌ ଅଖତରଙ୍କୁ ଭଲ ଲାଗିଲା ଏଣୁ ସେ ରାଜି ହୋଇଗଲେ। ଆଉ ତାଙ୍କ   ଅଭିନୀତ ଏହି ଫିଲ୍ମ ହିଟ ହେଲା ।

ବାଜିଗର୍‌:  ହିଟ୍‌ ଯୋଡ଼ି  ଅବ୍‌ବାସ-ମସ୍ତାନ୍‌ ବ୍ଲକବଷ୍ଟର ମୁଭି ‘ବାଜିଗର୍‌’ ରେ  ଶାହାରୁଖ୍‌ ଖାନ୍‌  ନିଭାଇଥିବା ଭୂମିକା ଲାଗି ପ୍ରଥମେ  ଅକ୍ଷୟ  କୁମାରଙ୍କୁ ଆପ୍ରୋଚ୍‌  କରିଥିଲେ । କିନ୍ତୁ ନେଗେଟିଭ୍‌  ରୋଲ୍‌ କରିବେ ନାହିଁ  ବୋଲି  କହି ଅକ୍ଷୟ ଉକ୍ତ ସିନେମା  ଛାଡ଼ିଥିଲେ ।

photo-amazon.com

ରେସ୍‌ : ସୁପରହିଟ୍‌  ଫିଲ୍ମ ‘ରେସ୍‌’ରେ  ସୈଫ୍‌ ଅଲ୍ଲୀ ଖାନ୍‌  ଯେଉଁ ଭୂମିକା ନିଭାଇଥିଲେ, ସେହି ଚରିତ୍ର ପାଇଁ  ନିର୍ଦ୍ଦେଶକ ଯୋଡ଼ି  ଅବ୍‌ବାସ-ମସ୍ତାନ୍‌  ପ୍ରଥମେ  ଅକ୍ଷୟ  କୁମାରଙ୍କୁ ଅଫର୍‌  ଦେଇଥିଲେ । କିନ୍ତୁ ସେ ମନା କରିଥିଲେ । ପରେ  ସୈଫ୍‌ଙ୍କୁ ‘ରେସ୍‌’ରେ ନିଆ ଯାଇଥିଲା ।

ହଲିଉଡ  ଫିଲ୍ମ :  ଅକ୍ଷୟ କୁମାର କେବଳ ଯେ  ବଲିଉଡ  ଫିଲ୍ମର ଅଫର୍‌କୁ ପ୍ରତ୍ୟାଖ୍ୟାନ  କରିଛନ୍ତି, ତା’ ନୁହେଁ ବରଂ ସେ ହଲିଉଡ ଫିଲ୍ମକୁ ବି ପ୍ରତ୍ୟାଖ୍ୟାନ କରିଛନ୍ତି । ସେ ହଲିଉଡ୍‌ ସିନେମା  ‘ ଦ ରକ୍‌’ ରେ ଡନ୍‌   ଜନସନ୍‌ଙ୍କ ସହିତ  କାମ  କରିବାର  ସୁଯୋଗ ପାଇଥିଲେ, ମାତ୍ର  ସେହି ସୁଯୋଗକୁ ହାତଛଡ଼ା  କରିଥିଲେ ଅକ୍ଷୟ  କୁମାର ।

 

ସମ୍ବନ୍ଧିତ ଖବର