ସଡ଼କ ଦୁର୍ଘଟଣାର ଶିକାର ହେଲେ ପ୍ରସିଦ୍ଧ ହାସ୍ୟ ଅଭିନେତା ଅଲ୍ଲୀ ଅସ୍‌ଗର, ଟ୍ରକ୍‌ରେ ଯାଇ ଧକ୍କା ହେଲା କାର୍‌

ମୁମ୍ବାଇ : ଲୋକପ୍ରିୟ ହାସ୍ୟ ଅଭିନେତା ଅଲ୍ଲୀ ଅସ୍‌ଗର ଏକ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ସୋମବାର ସକାଳ ସମୟରେ ସେ ନିଜ କାର୍‌ରେ ଯାଉଥିବା ବେଳେ ତାଙ୍କ କାର୍‌ ଏକ ଟ୍ରକ୍‌ ସହ ଧକ୍କା ଖାଇଥିଲା । ଏହି ଦୁର୍ଘଟଣାରେ ଅଲ୍ଲୀ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡ଼ିଛି । ଘଟଣା ବିଷୟରେ ଅଲ୍ଲୀ ଟୁଇଟ୍‌ କରି ଜଣାଇବା ସହ ଘଟଣା ପରେ ତାଙ୍କୁ କୌଣସି ଆଘାତ ଲାଗି ନଥିବା କହିଛନ୍ତି ।

Bollywood Papa

ସେ କରିଥିବା ଟୁଇଟ୍‌ ଅନୁଯାୟୀ, ସୋମବାର ସକାଳ ସମୟରେ ନିଜ କାର୍‌ ଯୋଗେ ଯାଉଥିବା ବେଳେ ଏକ ସିଗ୍‌ନାଲରେ ତାଙ୍କ କାର୍‌କୁ ପଛପଟୁ ଜଣେ ଧକ୍କା ଦେଇଥିଲେ । ଯାହା ପରେ ଅଲ୍ଲୀଙ୍କ କାର୍‌ ଆଗରେ ଠିଆ ହୋଇଥିବା ଏକ ଟ୍ରକ୍‌ ପଛରେ ଯାଇ ମାଡ଼ ହୋଇଥିଲା । ସଙ୍ଗେ ସଙ୍ଗେ ଲୋକ ଜମା ହୋଇଯିବାରୁ ପୁଲିସକର୍ମୀ ଆସି ମାମଲାର ସମାଧାନ କରିଥିଲେ । ଏହି ଘଟଣା ପରେ ଅଲ୍ଲୀ ଭଗବାନକୁ ଧନ୍ୟବାଦ୍‌ ଜଣାଇବା ସହ ସେ ଘଟଣା ସମୟରେ ଡ଼ରି ଯାଇଥିଲେ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର