ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର-ଆଲିଆ!

ପ୍ରଥମେ ଦୀପିକା ପାଦୁକୋନ, ତା’ପରେ କ୍ୟାଟ୍ରିନା କୈଫଙ୍କ ସହ ବଲିଉଡର ଚକଲେଟ ବଏ ରଣବୀର କପୁରଙ୍କ ପ୍ରେମ ସମ୍ପର୍କ ରହିଥିବା ନେଇ ଖବର ଚର୍ଚ୍ଚାରେ ରହିଥିଲା। ଏହି ଦୁଇ ନାୟିକାଙ୍କ ସହ ରଣବୀରଙ୍କ ବିବାହ କରିବା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା। କିନ୍ତୁ କିଛିଦିନ ପରେ ଏହି ଚର୍ଚ୍ଚା ଥମି ଯାଇଥିଲା। ଏହା ପରେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ନେଇ ହୋଇଥିଲା ଅନେକ ଚର୍ଚ୍ଚା। କିନ୍ତୁ ଏବେ ରଣବୀରଙ୍କ ନାମ ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ତଥା ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର ଫେମ ଆଲିୟା ଭଟ୍ଟଙ୍କ ସହିତ ଯୋଡା ହୋଇଛି। ଏହା ମଧ୍ୟ ଶୁଣିବାକୁ ମିଳୁଛି କି ଦୁହେଁ ଖୁବ ଶୀଘ୍ର ବିବାହ କରିବେ ବୋଲି। ପ୍ରମୁଖ ଫ୍ୟାସନ ଡିଜାଇନର ମନୀଷ ମଲ୍ଲହୋତ୍ରା ଦେଇଥିବା କିଛି ବୟାନ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି।

କଥାଟି ଏପରିକି, ନିକଟରେ ମନୀଷ ମଲ୍ଲହୋତ୍ରା ଓ ସୋନାକ୍ଷୀ ସିହ୍ନା ବଲିଉଡ ଅଭିନେତ୍ରୀ ନେହା ଧୂପିଆଙ୍କ ଚାଟ ସୋ’ରେ ଅତିଥି ଭାବେ ଯୋଗ ଦେଇଥିଲେ। ସେଠାରେ ମନୀଷଙ୍କୁ ପ୍ରଶ୍ନ କରାଯାଇଥିଲା କି ବଲିଉଡର ୨୦୧୮ର ହୁକ ଅପ୍‌ କାହାର ହେବ। ତତକ୍ଷଣାତ୍‌ ମନୀଷ ଆଲିୟା ଓ ରଣବୀରଙ୍କ ନାମ ନେଇଥିଲେ। ଅନ୍ୟପକ୍ଷରେ ସେହି ସୋ’ରେ ନେହା ସୋନାକ୍ଷୀଙ୍କୁ ୨୦୧୮ର ବ୍ରେକଅପ କାହାର ହେବ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ। ଯାହାର ଉତ୍ତରରେ ସୋନାକ୍ଷୀ ଆଲିୟା ଓ ସିଦ୍ଧାର୍ଥଙ୍କ ନାମ ନେଇଥିଲେ। ଉଭୟ ମନୀଷ ଓ ସୋନାକ୍ଷୀଙ୍କ ଏପରି ଉତ୍ତର ଚର୍ଚ୍ଚାକୁ ମସଲା ଯୋଗାଉଛି। ଦେଖାଯାଉ ରଣବୀର ଏବଂ ଆଲିୟା କେବେ ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରୁଛନ୍ତି ନା ପୂର୍ବଭଳି କେବଳ ଚର୍ଚ୍ଚାରେ ଏହି ଦୁଇଜଣଙ୍କ ସର୍ମ୍ପକ ସୀମିତ ରହୁଛି।

ସମ୍ବନ୍ଧିତ ଖବର