ନୱାଜଉଦ୍ଦିନ ମତେ ମନୋଜ ବାଜପେୟୀଙ୍କ ସାମ୍ନାରେ ଅପମାନ କରିଥିଲେ: ଆଲିୟା

ନୱାଜଉଦ୍ଦିନ୍‌ ସିଦ୍ଦିକି ନିଜ ପିଲାମାନଙ୍କୁ ସମୟ ଦିଅନ୍ତି ନାହିଁ। ଏପରିକି ଅଭିନେତା ମନୋଜ ବାଜପେୟୀଙ୍କ ସାମ୍ନାରେ ମତେ ଅପମାନିତ କରିଥିଲେ ବୋଲି କହିଛନ୍ତି ନୱାଜଙ୍କ ପତ୍ନୀ ଆଲିୟା। ଆଲିୟା ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ମତ ଅନୁଯାୟୀ, ସେ ନୱାଜଙ୍କଠାରୁ ୪ବର୍ଷରୁ ଅଧିକ ସମୟ ହେଲା ଅଲଗା ରହୁଛନ୍ତି। ନୱାଜ ନିଜ ପିଲାମାନଙ୍କୁ ମଧ୍ୟ ଭେଟୁନାହାନ୍ତି। ମୁଁ ମୋ ପିଲାମାନଙ୍କୁ ଆମ ତିକ୍ତ ସମ୍ପର୍କ ବିଷୟରେ କିଛି କହିନାହିଁ। ତଥାପି ସେମାନେ ମତେ ବାରମ୍ବାର ବାପା କେଉଁଠି ଅଛନ୍ତି ଏବଂ କେଉଁଠି ସୁଟିଂ କରୁଛନ୍ତି ବୋଲି ପଚାରୁଛନ୍ତି। ମୁଁ ସେମାନଙ୍କୁ କହୁଛି, ସେ ଆମେରିକାରେ ସୁଟିଂରେ ବ୍ୟସ୍ତ ଅଛନ୍ତି। କେତେଦିନ ମୁଁ ଏମିତି କହିଚାଲିଥିବି? ମୁମ୍ବାଇସ୍ଥିତ ନିଜ ଅଫିସରେ ଥିବା ସତ୍ତ୍ବେ ନୱାଜ ନିଜ ପିଲାମାନଙ୍କ ପାଖକୁ ବି ଆସୁନାହାନ୍ତି। ଫଳରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ପର୍ଯ୍ୟନ୍ତ କଥା ଯାଇଛି। ଆଲିୟା ନୱାଜଙ୍କୁ ଇ-ମେଲ୍‌ ଓ ହ୍ବାଟ୍‌ସଆପ୍‌ ଜରିଆରେ ଛାଡ଼ପତ୍ର ନୋଟିସ ପଠାଇସାରିଛନ୍ତି।

ସମ୍ବନ୍ଧିତ ଖବର