ବାସ୍ତବ ଜୀବନରେ କେତୋଟି ସନ୍ତାନର ମାଆ ହେବାକୁ ଚାହାଁନ୍ତି ଆଲିଆ ଏବଂ ସେମାନଙ୍କର ନାଆଁ କ’ଣ ରଖିବେ ?

ମୁମ୍ବାଇ: ବଲିଉଡ଼ର ଚୁଲୁବୁଲି ନାୟିକା ଆଲିଆ ଭଟ୍ଟ ଏବେ ପୁଣି ଚର୍ଚ୍ଚାରେ । ଏଇ ନିକଟରେ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ‘ରାଜି’କୁ ମିଳିଛି ବିପୁଳ ବ୍ୟାବସାୟିକ ସଫଳତା। ଏଣେ ସେ ଏବେ ତାଙ୍କର ତିନିଟି ନୂଆ ସିନେମା ‘ବ୍ରହ୍ମାସ୍ତ୍ର’, ‘କଲଙ୍କ’ ଏବଂ ‘ଗୁଲିବୟ’କୁ ଖୁବ୍‌ ଉତ୍ସାହିତ ଥିବା ଜଣାଯାଇଛି। ଆଲିଆ ଭଟ୍ଟ ଅନେକ ସମୟରେ ନିଜର ଭଲ ଅଭିନୟ ପାଇଁ ଚର୍ଚ୍ଚିତ ହୋଇଛନ୍ତି । ଆଲିଆ ଭଟ୍ଟ କେବଳ ଅଭିନୟ ପାଇଁ ନୁହେଁ,ବରଂ ବେଳେବେଳେ ନିଜର କଥା ପାଇଁ ସିନେପ୍ରେମୀଙ୍କ ମହଲରେ ଆଲୋଚିତ ହୋଇଛନ୍ତି।
ଏଇ ନିକଟରେ ଆଲିଆ ଭଟ୍ଟ ନିଜର ପ୍ରେମ ସଂପର୍କ ଓ ଭାବି ପରିବାରର ଯୋଜନାର ଖୁଲାସା କରିଛନ୍ତି। ଆଲିଆ କହିଛନ୍ତି ଯେ,ବଲିଉଡ଼ର ଲୋକପ୍ରିୟ ନାୟକ ରଣବୀର କପୁରଙ୍କ ସହିତ ପ୍ରେମ ସଂପର୍କ ରଖିଛନ୍ତି। ରଣବୀରଙ୍କୁ ନେଇ ଘରସଂସାର କରିବାର ବି ସ୍ୱପ୍ନ ଦେଖୁଛନ୍ତି।

photo-india today

 

ଆଲିଆ ଆହୁରି ମଧ୍ୟ କହିଛନ୍ତି ଯେ ,ସେ ଗୋଟିଏ ନୁହେଁ କି ଦୁଇଟି ନୁହେଁ,ବରଂ ତିନିଟି ସନ୍ତାନର ଜନନୀ ହେବାର ଇଛା ରଖିଛନ୍ତି। ସେ ଚାହୁଁଛନ୍ତି ତାଙ୍କର ତିନିଟି ପିଲା ହେଉ। ଆଲିଆ ସେହି ପିଲାମାନଙ୍କର ନାଆଁ କ’ଣ ରଖିବେ ,ତାହା ବି ସେ ଭାବି ସାରିଲେଣି ବୋଲି କହିଛନ୍ତି।
ଦେଖାଯାଉ ଆଲିଆ ଯାହା କହିଛନ୍ତି,ତାହା ସତ ହେଉଛି କି ନା।ଏଣେ ଆଲିଆ ଆହୁରି ମଧ୍ୟ କହିଛନ୍ତି ଯେ, ବାହାରେ ସମସ୍ତେ ତାଙ୍କୁ ପିଲାଭଳି ବ୍ୟବହାର ଦେଖାନ୍ତି,କିନ୍ତୁ ଘରେ ତାଙ୍କୁ କେହି ସେଭଳି ଦୃଷ୍ଟିରେ ଦେଖନ୍ତି ନାହିଁ।

ସମ୍ବନ୍ଧିତ ଖବର