ଏବେ ଗଭୀର ପ୍ରେମରେ ଆଲିଆ, ଭୁଲରେ ବରୁଣଙ୍କୁ ରଣବୀର ଡ଼ାକି କରିଦେଇ ପ୍ରମାଣ ଦେଲେ

ମୁମ୍ବାଇ : ଅଭିନେତା ରଣବୀର କପୁରଙ୍କ ସହ ଆଲିଆ ଭଟ୍ଟଙ୍କ ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ହେବା ପୂର୍ବରୁ, ଆଲିଆ ଅନେକ ଥର ରଣବୀରଙ୍କୁ ନିଜର କ୍ରସ ବୋଲି କହି ସାରିଛନ୍ତି । ତେବେ ଆଗକୁ ଯାଇ ନିଜ କ୍ରସଙ୍କୁ ସେ ପ୍ରେମିକ କରିବେ ତାହା ବୋଧ ହୁଏ ଆଲିଆଙ୍କୁ ମଧ୍ୟ ଜଣା ନ ଥିଲା । ସର୍ବସମ୍ମୁଖରେ ଏବେ ଦୁହେଁ ନିଜ ନିଜର ପ୍ରେମ ସଂପର୍କକୁ ସ୍ୱୀକାର କରି ସାରିଥିବା ବେଳେ ଆଲିଆ ରଣବୀରଙ୍କୁ କେତେ ଭଲ ପାଆନ୍ତି, ତାହା ଜଣା ପଡ଼ି ଯାଇଛି । କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଆଲିଆ ରଣବୀରଙ୍କୁ କେତେ ମନେ ପକାଉଛନ୍ତି ତାହା ଏକ ସାକ୍ଷାତକାରରେ ସ୍ପଷ୍ଟ ହୋଇ ଯାଇଛି ।

ABP Live

ସୂଚନା ମୁତାବକ, ‘କଲଙ୍କ’ର ପ୍ରମୋସନ ପାଇଁ ପୂରା ଷ୍ଟାରକାଷ୍ଟ ଏକ ସୋ’ରେ ଯୋଗ ଦେଇଥିଲେ । ସୋ’ରେ ବରୁଣ ଆଲିଆଙ୍କ ପାଖରେ ବସିଥିବା ବେଳେ ଆଲିଆଙ୍କୁ ଚିଡ଼େଇବା ପାଇଁ ବରୁଣ ତାଙ୍କ କେଶରେ ହାତ ମାରିବା ଆରମ୍ଭ କରିଥିଲେ । ଏ ସମୟରେ ଆଲିଆ ବରୁଣ କହି ତାଙ୍କୁ ମନା କରିବା ପରିବର୍ତ୍ତେ ରଣବୀର ବୋଲି କହି ଦେଇଥିଲେ । ଏହା ଶୁଣି ଉପସ୍ଥିତ ଥିବା କଲଙ୍କ ଷ୍ଟାରକାଷ୍ଟ ହସିବାକୁ ଲାଗିଥିଲେ ।

ସମ୍ବନ୍ଧିତ ଖବର