ବିବାହ ପରେ କରା ଯାଉଥିବା ଏହି କାମକୁ ଏବେଠାରୁ କଲେଣି ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଅନେକ ସମୟରେ ନିଜର ଚମତ୍କାର ଅଭିନୟରେ ଲୋକଙ୍କୁ  ନିଜ ଆଡକୁ ଆକର୍ଷିତ କରିବାରେ ସଫଳ ହୋଇଛନ୍ତି। ନିକଟରେ ରିଲିଜ୍‌ ହୋଇଥିବା ‘ରାଜି’ ଚଳଚ୍ଚିତ୍ର ଏହାର ଏକ ଜ୍ୱଳନ୍ତ ଉଦାହରଣ। ଚଳଚ୍ଚିତ୍ରଟି ଦେଖିବା ପରେ ଆଲିଆଙ୍କ ଅଭିନୟ ଦକ୍ଷତା ଉପରେ ଯେ କେହି ବି ନିଶ୍ଚିତ ହୋଇଯିବେ।

ତେବେ, କଥା ଉଠିଛି ଚୁଲ୍‌ବୁଲି ନାୟିକା ଆଲିଆ ବିବାହ ପରେ କରା ଯାଉଥିବା ଏମିତି କେଉଁ କାମକୁ ବିବାହ ପୂର୍ବରୁ କଲେଣି। ତାହା ହେଉଛି, ଶିଶୁଙ୍କ ନାମ ବଛା। ସାଧାରଣତଃ ବିବାହ ପରେ ମହିଳାମାନେ ଗର୍ଭବତୀ ରହିଲେ ଯାଇ ଶିଶୁଙ୍କ ନାମ ବଛା କାମ ଆରମ୍ଭ କରିଥାନ୍ତି। ମାତ୍ର ଏ ଦିଗରେ ଦୁଇ ପାଦ ଆଗରେ ଅଛନ୍ତି ଆଲିଆ।

ସେ ଘୋଷଣା କରିଛନ୍ତି ଯେ ସେ ଏବେଠାରୁ ନିଜ ପିଲାର ନାମ ବାଛିବା ଆରମ୍ଭ କରି ସାରିଲେଣି। ଏପରିକି ୨-୩ଟି ନାମ ବାଛି କରି ରଖିଛନ୍ତି ମଧ୍ୟ। ୨୫ ବର୍ଷୀୟା ଏହି ନାୟିକା ଜଣକ ୩୦ ବର୍ଷ ମଧ୍ୟରେ ବିବାହ କରିବେ ବୋଲି ଚିନ୍ତା କରିଛନ୍ତି।

ସମ୍ବନ୍ଧିତ ଖବର