ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ଏକା ସାଥିରେ ଦିଶିଲେ ରଣବୀର-ଆଲିଆ

ମୁମ୍ବାଇ: ‘ବ୍ରହ୍ମସ୍ତ୍ର’ ଚଳଚ୍ଚିତ୍ର ସୁଟିଂ ଆରମ୍ଭରୁ ହିଁ ବଲିଉଡ୍‌ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ ପରସ୍ପରଙ୍କୁ ଡେଟ୍‌ କରୁଛନ୍ତି ବୋଲି ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହେଉଛି। ତାଙ୍କର ପ୍ରତ୍ୟେକ ଫଟୋ ଏକ କାହାଣୀ କହୁଛି।

ନିକଟରେ ଏହି ଯୋଡ଼ିଙ୍କୁ ବାରଣାସୀରେ ଦେଖିବାକୁ ମିଳିଛି। ଦୁଇ ଜଣଙ୍କୁ ଏକ ଧାର୍ମିକ ଅବତାରରେ ଦେଖିବାକୁ ମିଳିଛି। ବାରଣାସୀରେ ଥିବା କାଶୀ ବିଶ୍ୱନାଥ ମନ୍ଦିର ମଧ୍ୟରେ ହେଉଥିବା ସୁଟିଂ ସମୟର ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସେମାନେ ପାରମ୍ପରିକ ପୋଷାକ ପିନ୍ଧିଥିବା ସହ ରଣବୀର ମଥାରେ ଚନ୍ଦନ ଲଗାଇଥିବାର ଦେଖିବାକୁ ମିଳିଛନ୍ତି।

 

 

View this post on Instagram

 

[New Picture] Ranbir Kapoor and Alia Bhatt clicked at Kashi Vishwanath Temple Today. #RanbirKapoor #Ranbir #AliaaBhatt #Bollywood

A post shared by Ranbir Kapoor Universe (@ranbirkapooruniverse) on

ଫଟୋରେ ଆଲିଆ ଏକ ହଳଦିଆ ରଂଗର ପୋଷାକ ପିନ୍ଧିଥିବା ବେଳେ ମେକ୍‌ ଅପ୍‌ ବିନା ନଜର ଆସିଛନ୍ତି। ସେହିପରି ଆର୍‌କେ ଏକ ଧଳା ପୋଷାକ ପିନ୍ଧିବା ସହ ବେକରେ ରୁଦ୍ରାକ୍ଷ ମାଳା ପକାଇଥିବାର ଦେଖିବାକୁ ମିଳିଛନ୍ତି।

ଏହି ପବିତ୍ର ସ୍ଥାନରେ ସୁଟିଂ ହେବାରେ ‘ବ୍ରହ୍ମସ୍ତ୍ର’ ପ୍ରଥମ ବଲିଉଡ୍‌ ଚଳଚ୍ଚିତ୍ର ନୁହେଁ। ପୂର୍ବରୁ ‘ପିକୁ’, ‘ମୁସ୍‌କାନ’, ‘ରାଞ୍ଝଣା’ ଆଦି ଚଳଚ୍ଚିତ୍ର ମଧ୍ୟ ଏଠାରେ ସୁଟିଂ ହୋଇସାରିଛି।

ସମ୍ବନ୍ଧିତ ଖବର