ଶ୍ରମିକଙ୍କ ସହ ମିଶି ମାଟି ହାଣିଲେ ଆଲିଆ ଭଟ୍ଟ

ନୂଆଦିଲ୍ଲୀ : ବର୍ତ୍ତମାନ ନିଜର ଆଗାମୀ ଚଳଚ୍ଚିତ୍ର ‘କଳଙ୍କ’ର ସୁଟିଂରେ ବ୍ୟସ୍ତ ରହିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ତେବେ ଗତ କାଲି ଆଲିଆ ମରାଠା ଗ୍ରାମରେ କୁରାଢ଼ି ଧରି ମାଟି ହାଣୁଥିବାର ଦେଖିବାକୁ ମିଳିଥିଲେ । ତେବେ ସେ ସେଠାରେ କୌଣସି ଚଳଚ୍ଚିତ୍ରର ସୁଟିଂ ପାଇଁ ନୁହଁ ବରଂ ‘ଓ୍ଵାଟର ଫାଉଣ୍ଡସନ’ ନାମକ ବେସାମରିକ ସଂଗଠନ ତରଫରୁ ଶ୍ରମିକ ଦିବସ ଅବସରରେ ଶ୍ରମଦାନ କରୁଥିଲେ । ଏହାର ଭିଡ଼ିଓ ଏବଂ ଫଟୋ ସୋସିଆଲ ମିଡ଼ିଆରେ ଆସିବା ପରେ ସମସ୍ତେ ବହୁଳ ଭାବେ ଆଲିଆଙ୍କର ପ୍ରଶଂସା କରିଥିଲେ ।

ଆଲିଆଙ୍କ ସହ ଏହି ଫାଉଣ୍ଡସନରେ ବଲିଉଡ଼ର ଫରଫେକ୍ଟସନିଷ୍ଟ ଅମିର ଖାନ ଶ୍ରମିକ ଦିବସ ଅବସରରେ ମରାଠା ଗ୍ରାମରେ ପହଞ୍ଚିଥିଲେ । ସେଠାରେ ଆଲିଆ ଏବଂ ଅମିର ଶ୍ରମିକମାନଙ୍କ ସହ ମିଶି କୁରାଢ଼ି ଧରି ମାଟି ହାଣୁଥିବାର ଦେଖାାଯାଇଥିଲେ । ଏହି ସମୟରେ ଏକ ଭିଡ଼ିଓ ମଧ୍ୟ ପୋଷ୍ଟ କରିଥିଲେ ଆଲିଆ । ତେବେ ଆଲିଆ ଶ୍ରମିକଙ୍କ ସହ ଶ୍ରମିକ ଦିବସ ପାଳନ କରିବାକୁ ଯିବା ପୂର୍ବରୁ ୩୦ ଏପ୍ରିଲରେ ଟ୍ଵିଟ୍‌ କରିଥିଲେ କାଲି ୧ ମଇ , ମୁଁ ମରାଠା ଗ୍ରାମରେ ରହିବି , ମୁଁ ସେଠାକୁ ଶ୍ରମଦାନ କରିବା ପାଇଁ ଯାଉଛି। କାଲି କୁରାଢ଼ି ମୋ ହାତରେ ରହିବ ତେବେ ଆପଣଙ୍କର କ’ଣ ପ୍ଲାନ ରହିଛି ।’ ଆଲିଆଙ୍କ ଏପରି ପଦକ୍ଷେପ ଦ୍ୱାରା ଦେଶର ଯୁବପିଢ଼ିଙ୍କ ପାଇଁ ସେ ଉଦାହରଣ ସୃଷ୍ଟି କରୁଛନ୍ତି ।

@aliaabhatt speaks to villagers in Latur about their great efforts. #LabourDay

A post shared by Filmfare (@filmfare) on

ଆମିର ଖାନଙ୍କ ଦ୍ୱାରା ଗଠିତ ‘ଓ୍ଵାଟର୍‌ ଫାଉଣ୍ଡେସନ’ ବିଭିନ୍ନ ଅଞ୍ଚଳର ଶ୍ରମିକମାନଙ୍କର ସହାୟତା ପାଇଁ କାର୍ଯ୍ୟକରୁଛି। ଏଥିରେ ଶ୍ରମଦାନ କରିବା ପାଇଁ କିଛି ଦିନ ପୂର୍ବେ ଆମିର ସୋସିଆଲ ମିଡ଼ିଆରେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଗତ କାଲି ଏକା ସାଙ୍ଗରେ ଆମିର ଏବଂ ଆଲିଆଙ୍କୁ ମାଟି ହାଣୁଥିବାର ଦେଖିବାକୁ ମିଳିଥିଲା । କରଣ ଜୋହରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁ ଥିବା ‘କଳଙ୍କ’ରେ ଆଲିଆଙ୍କ ସହ ନଜର ଆସିବାକୁ ଯାଉଛନ୍ତି ବରୁଣ ଧଓ୍ଵନ ।

ସମ୍ବନ୍ଧିତ ଖବର