‘ଦର୍ଶକଙ୍କୁ କନ୍ଦାଇବାରେ ଖୁସି ମିଳିଥାଏ’: ଆଲିଆ ଭଟ୍ଟ
ନୂଆଦିଲ୍ଲୀ : ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ତାଙ୍କର ରାଜୀ ଚଳଚ୍ଚିତ୍ର ପାଇଁ ଚର୍ଚ୍ଚାରେ ରହିଛନ୍ତି। ଭାରତ ମହିଳା ଦୂତ ଉପରେ ଆଧାରିତ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବହୁଳ ମାତ୍ରାରେ ପସନ୍ଦ ଆସିଥିବା ବେଳେ ବକ୍ସଅଫିସରେ ମଧ୍ୟ ବହୁ ଭଲ ରୋଜଗାର କରୁଛି। ତେବେ ନିକଟରେ ଏକ ମିଡ଼ିଆ ଇଷ୍ଟରଭ୍ୟୁ ସମୟରେ ଆଲିଆ କହିଥିଲେ ତାଙ୍କୁ ବହୁତ ଖୁସି ଅନୁଭୂତ ହୋଇଥାଏ, ଯେତେବେଳେ ସେ ତାଙ୍କ ଚଳଚ୍ଚିତ୍ର ଏବଂ ଅଭିନୟ ଜରିଆରେ ଦର୍ଶକଙ୍କୁ କନ୍ଦିବାକୁ ବାଧ୍ୟ କରନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଆଲିଆ ଜଣେ ଷ୍ଟାର କିଡ଼୍ ହୋଇଥିଲେ ମଧ୍ୟ ନିଜର ସାଧନା ଏବଂ ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ପ୍ରସ୍ତୁତ କରିଛନ୍ତି । ମହିଳା କୈନ୍ଦ୍ରିକ ଚଳଚ୍ଚିତ୍ର ରାଜୀରେ ମଧ୍ୟ ଆଲିଆଙ୍କ ଦମ୍ଦାର ଚରିତ୍ର ସମସ୍ତଙ୍କୁ ଆକୃଷ୍ଠ କରିଛି। ଏପରିକି ଦୁଇ ଦିନ ମଧ୍ୟରେ ଚଳଚ୍ଚିତ୍ରଟି ୩୧ କୋଟି ଟଙ୍କାର ବ୍ୟବସାୟ କରିସାରିଲାଣି । ଚଳଚ୍ଚିତ୍ରର ସଫଳତା ବିଷୟରେ କହିବାକୁ ଯାଇ ଆଲିଆ କହିଛନ୍ତି “ ମୁଁ କେବେ ମଧ୍ୟ ଭାବି ନଥିଲି ଦର୍ଶକଙ୍କୁ ଏହି ଚଳଚ୍ଚିତ୍ରଟି ଏତେ ମାତ୍ରାରେ ପସନ୍ଦ ଆସିବ । ଆରମ୍ଭରୁ ଆମେ ଭାବିଥିଲୁ ଆମେ ଏକ ଛୋଟ ଚଳଚ୍ଚିତ୍ର ପ୍ରସ୍ତୁତ କରୁଛୁ। ଏଣୁ ଆମକୁ ଲାଗି ନଥିଲା କି ଦର୍ଶକମାନେ ଏତେ ମାତ୍ରାରେ ଭଲ ପାଇବା ଦେବେ । ନିଜ ଅଭିନୟ ଦ୍ୱାରା ଦର୍ଶକଙ୍କୁ କନ୍ଦାଇ ପାରିଲେ ପ୍ରକୃତରେ ବହୁତ ଖୁସି ଲାଗିଥାଏ” ବୋଲି କହିଛନ୍ତି ଅଭିନେତ୍ରୀ ଆଲିଆ ।