ମୁମ୍ବାଇ : ବଲିଉଡ୍ର ସବୁ ଚର୍ଚ୍ଚିତ ପ୍ରେମୀଯୁଗଳ ବିବାହ କରି ସାରିଥିବା ବେଳେ ଏବେ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁହେଁ ଏବେ ସବୁ ପାର୍ଟି ଏବଂ ଇଭେଣ୍ଟରେ ସାଥୀରେ ନଜର ଆସୁଥିବା ବେଳେ ଅନେକ ସମୟରେ ଦୁହେଁ ନିଜ ପ୍ରେମ ସଂପର୍କକୁ ନେଇ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଏକ ଇଭେଣ୍ଟରେ ଆଲିଆ ରଣବୀରଙ୍କୁ ଆଇ ଲଭ୍ ୟୁ ବୋଲି ମଧ୍ୟ କହି ଦେଇଥିଲେ ।
/sambad/media/post_attachments/wp-content/uploads/2019/06/807034-ranbirkapoor-aliabhatt-relationship-300x169.jpg)
ତେବେ ବମ୍ବେ ଟାଇମ୍ସକୁ ସାକ୍ଷାତକାର ଦେଇ ଆଲିଆ ରଣବୀରଙ୍କ ସହ ଥିବା ସଂପର୍କ ବିଷୟରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଯାହାକୁ ଶୁଣି ଲୋକେ ଆଶ୍ଚର୍ଯ୍ୟ ହେଉଥିବା ଦେଖା ଯାଇଛି । ତାଙ୍କ ଅନୁଯାୟୀ, ଏହା ପ୍ରେମ ସଂପର୍କ ନୁହେଁ, ଏହା ବନ୍ଧୁତା । ଯାହା ବହୁତ ସୁନ୍ଦର । ମୁଁ ଏବେ ଆକାଶ ଏବଂ ତାରା ଉପରେ ଚାଲୁଛି । ଆମେ ଦୁହେଁ ଏବେ ନିଜ ନିଜ ପେଶାଦାର ଜୀବନକୁ ଖୋଲା ଭାବେ ବଞ୍ଚିବା ଆରମ୍ଭ କରିଛୁ । ସେ ଲଗାତାର ନିଜ ଫିଲ୍ମର ସୁଟିଂ କରୁଛନ୍ତି ଆଉ ମୁଁ ବି । ଏହା ଏଭଳି ଏକ ପରିସ୍ଥିତି, ଯେଉଁଠି ଆପଣମାନେ ଆମମାନଙ୍କୁ ସବୁ ବେଳେ ସାଥୀରେ ଦେଖିବେ । ଏହା ଏକ ସହଜ ସଂପର୍କର ପ୍ରତୀକ । ଏଥିରେ କାହାର ନଜର ନ ଲାଗୁ ବୋଲି କହିଥିଲେ ଆଲିଆ ।