ଆଲିଆ ଭଟ୍ଟଙ୍କୁ କରଣ ଜୋହରଙ୍କ କଣ୍ଢେଇ କହିଥିଲେ କଙ୍ଗନା, ଏହା ଜାଣି ନିଜର ଏଭଳି ପ୍ରତିକ୍ରିୟା ରଖିଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ଫିଲ୍ମ ମଣିକର୍ଣ୍ଣିକା ରିଲିଜ୍‌ ହେବା ପରଠାରୁ ହିଁ କଙ୍ଗନାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ବଲିଉଡ୍‌ର କିଛି କଳାକାର ଏହି ଫିଲ୍ମକୁ ନିଜର ଭଲ ପାଇବା ଦେଇଥିବା ବେଳେ କିଛି କଳାକାର ଏହାକୁ ନାପସନ୍ଦ କରିଛନ୍ତି । କଙ୍ଗନା ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବା ବେଳେ ତାଙ୍କ ନିର୍ଦ୍ଦେଶନାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । କିନ୍ତୁ ଏତେ ସବୁ ବିବାଦ ମଧ୍ୟରେ ନିଜକୁ ଅଟଳ ରଖିଛନ୍ତି କଙ୍ଗନା । ଏହା ସହ ଧୀରେ ଧୀରେ ବଲିଉଡ୍‌ କଳାକାରମାନଙ୍କର ଅସଲ ମୁଖା ସାମ୍ନାକୁ ଆଣୁଛନ୍ତି । କିଛି ଦିନ ତଳେ ସେ ଅଭିନେତା ଆମୀର ଖାନ୍‌ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଦୁହିଁଙ୍କୁ ସ୍ୱାର୍ଥୀ ବୋଲି କହିବା ସହ ଆଲିଆଙ୍କୁ କରଣ ଜୋହରଙ୍କ କଣ୍ଢେଇ ବୋଲି କହିଥିଲେ ।

Bollywood Hungama

ଏବେ କଙ୍ଗନାଙ୍କ ଏଭଳି କଥାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଆଲିଆ । ଏ ବିଷୟରେ ପଚରା ଯିବା ପରେ, “ଯଦି କଙ୍ଗନାଙ୍କର ମୋ ସହ କିଛି ଅସୁବିଧା ରହିଛି, ତେବେ ମୁଁ ତାଙ୍କ ସହ ବ୍ୟକ୍ତିଗତ ଭାବରେ ଯାଇ କଥା ହେବି । ମୁଁ ଏ ବିଷୟରେ ମିଡିଆରେ କଥା ହେବାକୁ ଚାହୁଁ ନାହିଁ” ବୋଲି ଆଲିଆ କହିଥିଲେ ।

ସମ୍ବନ୍ଧିତ ଖବର