ନିଜର ପ୍ରଥମ ପ୍ରେମ, ଚୁମ୍ବନ ଓ ବିଚ୍ଛେଦ ନେଇ ମୁହଁ ଖୋଲିଲେ ଆଲିଆ

ନୂଆଦିଲ୍ଲୀ: ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ଆଫେୟାର ଚର୍ଚ୍ଚାରେ ରହିଛି। ବୁଲ୍ଲଗରିୟାରେ ଦୁହେଁ ‘ବ୍ରହ୍ମାସ୍ତ୍ର’ ସିନେମାର ସୁଟିଂ କରୁଛନ୍ତି। ଆଲିଆ ନିଜର ବଲିଉଡ ଡେବ୍ୟୁ କରଣ ଜୋହରଙ୍କ ୨୦୧୨ର ସିନେମା ‘ଷ୍ଡୁଡେଣ୍ଟ ଅଫ ଦ ଇୟର’ରେ କରିଥିଲେ। ଏହା ପରେ ତାଙ୍କ ନାମ ଅନେକ ଅଭିନେତାଙ୍କ ସହ ଯୋଡ଼ା ହୋଇଥିବା ଶୁଣିବାକୁ ମିଳିଥିଲା।

ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ଆଲିଆଙ୍କ ଆଫେୟାର ଥିବା ଚର୍ଚ୍ଚା ହୋଇଥିଲା। ଏହାପରେ ତାଙ୍କ ନାମ ବରୁଣ ଧାଓ୍ଵନ୍‌ ଓ ଅର୍ଜୁନ୍‌ କପୁରଙ୍କ ସହ ଯୋଡ଼ି ହୋଇଥିଲା। ଏବେ ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଆଲିଆ ନିଜର ପ୍ରଥମ କ୍ରସ, କିସ୍‌ ଓ ବ୍ରେକ୍‌-ଅପ୍‌ ବିଷୟରେ କହିଥିବା ଜାଣିବାକୁ ମିଳିଛି।

ଆଲିଆ କହିଛନ୍ତି, ସ୍କୁଲରେ ପାଠ ପଢ଼ୁଥିବା ସମୟରେ ଶାହାରୁଖ୍‌ ଖାନ୍‌ ଓ କରୀନା କପୁର ତାଙ୍କର ପ୍ରଥମ କ୍ରସ ଥିଲେ। କେବଳ ଏତିକି ନୁହେଁ, ସେ କେବେ ପ୍ରଥମ ଚୁମ୍ବନ ଦେଇଥିଲେ ସେ ନେଇ ବି ମୁହଁ ଖୋଲିଛନ୍ତି। ଆଲିଆଙ୍କୁ ୧୭ବର୍ଷ ବୟସ ହୋଇଥିବା ବେଳେ ସେ ପ୍ରଥମ ଥର ଚୁମ୍ବନ ଦେଇଥିଲେ ଏବଂ ୧୮ବର୍ଷ ବୟସରେ ତାଙ୍କ ପ୍ରଥମ ବ୍ରେକ୍‌-ଅପ୍‌ ହୋଇଥିଲା। ଏହି ବିଚ୍ଛେଦ ପରେ ସେ ବହୁତ କାନ୍ଦିଥିବା କଥା ବି କହିଥିଲେ। ତେବେ ଏସବୁ ଘଟଣା ତାଙ୍କର ସ୍କୁଲ ପଢ଼ୁଥିବା ସମୟରେ ଘଟିଥିଲା।

ସମ୍ବନ୍ଧିତ ଖବର