ଜାଣନ୍ତୁ କ’ଣ ପାଇଁ ଫିଲ୍ମର ପ୍ରମୋସନ କରିବା ପରେ ମୋତେ ପାକିସ୍ତାନ ଚାଲିଯିବା ଦରକାର ବୋଲି କହିଲେ ଆଲିଆଙ୍କ ମା’ ସୋନୀ ରଜ୍‌ଦାନ

ମୁମ୍ବାଇ : ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ମା’ ସୋନୀ ରଜ୍‌ଦାନ ଏବେ ନିଜର ଆଗାମୀ ଫିଲ୍ମ ନୋ ଫାଦର୍ସ ଇନ୍‌ କଶ୍ମୀରକୁ ନେଇ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ପ୍ରମୋସନ ସମୟରେ ସେ ଅନେକ ବିଷୟରେ ଆଲୋଚନା କରିଥିବା ଦେଖା ଯାଇଥିଲା । ପ୍ରମୋସନ ସମୟରେ, ବେଳେ ବେଳେ ମୋତେ ପାକିସ୍ତାନ ଚାଲିଯିବା ଦରକାର । ଯେତେବେଳେ ମୁଁ ପାକିସ୍ତାନ ଏବଂ କଶ୍ମୀରକୁ ନେଇ କିଛି କୁହେ, ଲୋକେ ମୋତେ ସମାଲୋଚନା କରିବା ସହ ପାକିସ୍ତାନ ଚାଲିଯିବାକୁ କହିଥାନ୍ତି । ମୋତେ ଲାଗୁଛି କି ପାକିସ୍ତାନ ଏବଂ କଶ୍ମୀର ମଧ୍ୟରେ କଲ୍‌ଚର ବାଲାନ୍ସ ଶେଷ ହୋଇ ଯାଇଛି ।

MyNation

ସବୁ ବେଳେ ମୋ ବୟାନକୁ ନେଇ ମୋତେ ଦେଶଦ୍ରୋହୀ କହିବା ସହ ପାକିସ୍ତାନ ଯିବାକୁ ଲୋକେ କହିବା ଆରମ୍ଭ କରି ଦେଉଛନ୍ତି । ବେଳେ ବେଳେ ଭାବେ ପାକିସ୍ତାନ ଚାଲିଯିବା ଦରକାର । ସେଠାରେ ମୁଁ ଖୁସିରେ ରହିବି । ସେଠାରେ ଖାଇବା ମଧ୍ୟ ଭଲ ମିଳେ ବୋଲି କହିଥିଲେ ସୋନୀ । ଏହା ସହ ମୋ ଭଳି ଚିନ୍ତାଧାରା ରଖୁଥିବା ଭାରତରେ ଅନେକ ଅଛନ୍ତି । ଯାହା ପାଇଁ ମୁଁ ଟ୍ରୋଲର୍ସମାନଙ୍କ କଥାକୁ ଗମ୍ଭୀରତାର ସହ ନିଏ ନାହିଁ ବୋଲି କହିଥିଲେ ସୋନୀ ରଜ୍‌ଦାନ ।

ସମ୍ବନ୍ଧିତ ଖବର