ସାମ୍ବାଦିକଙ୍କ ପାଟି ଶୁଣି ରାଗି ଗଲେ ଆଲିଆ, ଏଭଳି କରାଇଲେ ଚୁପ୍‌

ମୁମ୍ବାଇ : ସବୁବେଳେ ନିଜ ଫିଲ୍ମ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ସାମ୍ବାଦିକମାନଙ୍କୁ ଚୁପ୍‌ କରାଇବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ ସେ ଏକ ଡାକ୍ତରଖାନାରେ ଆୟୋଜିତ କରାଯାଇଥିବା ଇଭେଣ୍ଟକୁ ଯୋଗ ଦେବାକୁ ଯାଇଥିବା ବେଳେ ସାମ୍ବାଦିକମାନଙ୍କ ପାଟି ଶୁଣି ରାଗି ଯାଇଥିଲେ । ଯାହା ପରେ ସେ ସ୍କୁଲର କଥା ସମସ୍ତଙ୍କୁ ମନେ ପକାଇ ଚୁପ୍‌ କରାଇ ଦେଇଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

 

View this post on Instagram

 

Sweet #aliabhatt ❤😄

A post shared by Viral Bhayani (@viralbhayani) on

ସୂଚନା ମୁତାବକ, ଓ୍ଵାଡିଆ ହସ୍ପିଟାଲକୁ ଏକ ଇଭେଣ୍ଟରେ ଯୋଗ ଦେବା ପାଇଁ ପହଞ୍ଚିଥିଲେ ଆଲିଆ ଭଟ୍ଟ । ଇଭେଣ୍ଟରେ ପହଞ୍ଚିବା ମାତ୍ରେ ଅନେକ ଫଟୋଗ୍ରାଫର ଓ ପ୍ରଶଂସକମାନେ ତାଙ୍କୁ ଘେରି ନେଇଥିଲେ । ଅଧିକ ଶବ୍ଦ ହେବାରୁ ରାଗରେ ଜୋର୍‌ରେ ପାଟି କରି ଆଲିଆ କହିଥିଲେ, ମୁଁ କୁଆଡ଼େ ଯାଉ ନାହିଁ, ଏଇଠି ଅଛି । ଚିନ୍ତା କର ନାହିଁ । ଯେମିତି ସ୍କୁଲରେ ସମସ୍ତେ ଚିପ୍‌ ରୁହନ୍ତି । ସବୁ ସେମିତି ଚୁପ୍‌ ହୋଇଯାଅ । ଏଇଟା ଡାକ୍ତରଖାନା, ଏଠାରେ ଏତେ ଜୋର୍‌ରେ ପାଟି କରି ପାରିବେ ନାହିଁ । ଆଲିଆଙ୍କ ଏହି କଥା ଶୁଣିବା ପରେ ସମସ୍ତେ ଚୁପ୍‌ ହୋଇ ଯାଇଥିଲେ ।

ସମ୍ବନ୍ଧିତ ଖବର