ଏହି କାରଣରୁ ୨୦୧୯ ଲୋକସଭା ନିର୍ବାଚନରେ ମତଦାନ କରିବେ ନାହିଁ ଆଲିଆ ଭଟ୍ଟ

ମୁମ୍ବାଇ : ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ପୂର୍ବରୁ ଅନେକ କଳାକାର ନିଜ ନିଜର ପ୍ରଶଂସକମାନଙ୍କୁ ଭୋଟ୍‌ ଦେବା ପାଇଁ ଉତ୍ସାହିତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଜୀ ମଧ୍ୟ ବଲିଉଡ୍‌ର ଆଗଧାଡିର କଳାକାରମାନଙ୍କୁ ଟୁଇଟ୍‌ କରି ଲୋକମାନଙ୍କୁ ଭୋଟ୍‌ ଦେବା ପାଇଁ ଉତ୍ସାହିତ କରିବାକୁ କହିଥିଲେ । କିନ୍ତୁ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟ ଲୋକସଭା ନିର୍ବାଚନରେ ଭୋଟ୍‌ ଦେଇ ପାରିବେ ନାହିଁ ବୋଲି ସଫା ମନା କରି ଦେଇଛନ୍ତି ।

News18.com

ସୂଚନା ମୁତାବକ, ଫିଲ୍ମ କଲଙ୍କର ପ୍ରମୋସନର ସମୟରେ ବରୁଣ ଧଓ୍ଵନ, ଆଦିତ୍ୟ ରଏ କପୁର, ସୋନାକ୍ଷୀ ସିହ୍ନା ଏବଂ ଆଲିଆ ଭଟ୍ଟଙ୍କୁ ମତଦାନ ବିଷୟରେ ପଚରାଯିବା ପରେ ବରୁଣ ଧଓ୍ଵନ, ଆଦିତ୍ୟ ରଏ କପୁର ଏବଂ ସୋନାକ୍ଷୀ ସିହ୍ନା ଭୋଟ୍‌ ଦେଇ ଦେଶ ପାଇଁ ଉଚିତ୍‌ ସରକାର ଗଢ଼ିବେ ବୋଲି କହିଥିଲେ । କିନ୍ତୁ ଆଲିଆ ଭୋଟ୍‌ ଦେଇ ପାରିବେ ନାହିଁ ବୋଲି କହିଥିଲେ । ଏହାର କାରଣ ପଚରାଯିବା ପରେ, ମୋ ପାସପୋର୍ଟ ପାଇଁ ମୁଁ ମତଦାନ କରି ପାରିବି ନାହିଁ । କାରଣ ମୋ ପାସପୋର୍ଟରେ ମା’ଙ୍କ ପାଇଁ ମୁଁ ଜଣେ ବ୍ରିଟିଶ ନାଗରିକ ବୋଲି ଉଲ୍ଲେଖ ରହିଛି । ଭାରତରେ ଦୁଇଟି ନାଗରିକତା ନେବା ଆଇନ ବିରୁଦ୍ଧ । ଯେହେତୁ ମୁଁ ଭାରତର ନାଗରିକ ନୁହେଁ, ସେଥିପାଇଁ ମୁଁ ମତଦାନ କରି ପାରିବି ନାହିଁ ବୋଲି କହିଥିଲେ ଆଲିଆ ।

ସମ୍ବନ୍ଧିତ ଖବର