ଆଲିଆଙ୍କୁ ଘରେ ଛାଡ଼ି ଦେବାକୁ କହିଲେ ରଣବୀର, ଇଣ୍ଟର୍‌ନେଟ୍‌ରେ ଘୂରିଲା ଏହି କୌତୂକିଆ ଭିଡିଓ

ମୁମ୍ବାଇ: ବଲିଉଡ୍‌ର ନୂଆ ଚର୍ଚ୍ଚିତ ଯୋଡ଼ି ଖାତାରେ ନାମ ଲେଖାଇଛନ୍ତି ରଣବୀର କପୁର ଓ ଆଲିଆ ଭଟ୍ଟ। ସେମାନେ ଏବେ ଅଧିକାଂଶ ସ୍ଥାନରେ ଏକତ୍ର ନଜର ଆସୁଛନ୍ତି। ନିକଟରେ ସେମାନଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଛି, ଯାହାକି ବେଶ୍‌ ଚର୍ଚ୍ଚା ପାଲଟିଛି। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ସେ ଦୁହେଁ ଏକ ଉତ୍ସବ ସାରି ଘରକୁ ଯିବା ପାଇଁ ବାହାରୁଛନ୍ତି। ସେଠାରେ ଥିବା ବନ୍ଧୁପରିଜନଙ୍କୁ ଆଲିଙ୍ଗନ କରି ବିଦାୟ ନେଉଛନ୍ତି। ସେ ସମୟରେ ରଣବୀର ଆଲିଆଙ୍କୁ ଘରେ ଛାଡ଼ି ଦେବା ପାଇଁ ପ୍ରସ୍ତାବ ଦେଉଛନ୍ତି। ଆଲିଆ ବି ହଁ ମାରି ରଣବୀରଙ୍କ ସହ ଯାଇ ଗୋଟାଏ ଗାଡ଼ିରେ ବସୁଛନ୍ତି ଓ ସେ ଦୁହେଁ ସାଥୀ ହୋଇ ଯାଉଛନ୍ତି।

ଏହି ଭିଡିଓଟିକୁ ଏବେ ବହୁ ବଲିଉଡ୍‌ ପ୍ରେମୀ ସେୟାର୍‌ କରିବାରେ ଲାଗିଛନ୍ତି। ଭିଡିଓଟିରେ ଆହୁରି ବି ଦେଖିବାକୁ ମିଳୁଛି ଯେ କେତେକ ପ୍ରଶଂସକ ରଣବୀରଙ୍କୁ ତାଙ୍କ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜ୍ଞାପନ କରୁଛନ୍ତି। ରଣବୀର ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଇ ଏହା ମୋର ଆବଶ୍ୟକ ବୋଲି ଜଣାଇଛନ୍ତି।

 

????

A post shared by bollywood & viral updates (@bollywoodfun360) on

ଉଲ୍ଲେଖଯୋଗ୍ୟ, ରଣବୀର ଓ ଆଲିଆଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ବୋଲି ଦର୍ଶକେ ଅନୁମାନ କରୁଥିଲେ ବି ସେ ଦୁହେଁ କୌଣସି ପ୍ରକାର ଆନୁଷ୍ଠାନିକ ଘୋଷଣା କରିନାହାନ୍ତି। ମେ ମାସରେ ରଣବୀର ଏକତରଫା ଭାବେ ଘୋଷଣା କରିଥିଲେ କି ସେ ଆଲିଆଙ୍କ ସହ ଡେଟିଂ କରୁଛନ୍ତି।

ଗତ କିଛି ମାସ ମଧ୍ୟରେ ଏହି ଯୋଡ଼ି ଅନେକ ସମୟରେ ଏକାଠି ଦିଶିଛନ୍ତି। ଏପରିକି ଆଲିଆଙ୍କ ବାପା ମହେଶ ଭଟ୍ଟଙ୍କ ଉପସ୍ଥିତରେ ରଣବୀର ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହ ସାକ୍ଷାତ କରି ଆସିଛନ୍ତି।

ସମ୍ବନ୍ଧିତ ଖବର