ରଜନୀଶଙ୍କ ବାୟୋପିକ୍‌ରେ ଆଲିଆ ଭଟ୍ଟ

ମୁମ୍ବାଇ: ବଲିଉଡର ଜଣାଶୁଣା ନାୟିକା ଆଲିଆ ଭଟ୍ଟ ଏବେ ନଜର ନୂଆ ସିନେମା ‘କଲଙ୍କ୍‌’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏଣେ ଏବେ ଆଉ ଏକ ଖବର ମିଳିଛି ଯେ ଆଲିଆ ଭଟ୍ଟ ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ରଜନୀଶଙ୍କ ବାୟୋପିକରେ କାମ କରୁଛନ୍ତି। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ଶକୁନ୍‌ ବାତ୍ରା।ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ପ୍ରିୟଙ୍କା ଚୋପ୍ରା ଘୋଷଣା କରଥିଲେ ସେ ମାଆ ଆନନ୍ଦ ଶୀଲାଙ୍କ ରଚିତ ପୁସ୍ତକ ଉପରେ ରଜନୀଶଙ୍କ ଜୀବନୀକୁ ନେଇ ଏକେ ଫିଲ୍ମ ନିର୍ମାଣ କରିବେ।ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥାନ୍ତେ ବେରୀ ଲେଭିନସନ୍‌ ।କିିନ୍ତୁ ସେହି ଫିଲ୍ମ ଫ୍ଲୋରକୁ ଯାଇ ନଥିଲା।

ଏବେ ନିର୍ଦ୍ଦେଶକ ଶକୁନ ବାତ୍ରା ଓସୋଙ୍କ ବାୟୋପିକ ସଂପର୍କରେ ଆଲିଆ ଭଟ୍ଟଙ୍କ କଥା ହୋଇଛନ୍ତି। ଆଲିଆ ଫିଲ୍ମର ସ୍କ୍ରିପ୍ଟ୍‌ ଶୁଣିବାପରେ ବେଶ୍‌ ଉତ୍ସାହିତ ଅଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଆଲିଆଙ୍କ ଆଗାମୀ ଫିଲ୍ମ ମଧ୍ୟରେ ରହିଛି ବ୍ରହ୍ମାସ୍ତ୍ର,ସଡକ୍‌-୨,ଇନ୍‌ସା ଆଲ୍ଲା ଓ ଆର୍‌ ଆର୍‌ ଆର୍‌ ଆଦି।

ସମ୍ବନ୍ଧିତ ଖବର