‘ରାଜି’ ପାଇଁ ଆଲିଆଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଛି

photo-navbharattimes

ମୁମ୍ବାଇ: ବଲିଉଡର ଚୁଲୁବୁଲି ହିରୋଇନ୍‌ ଆଲିଆ ଭଟ୍ଟଙ୍କ ନୂଆ ସିନେମା ହେଲା ‘ରାଜି’। ଏହାର ନିର୍ଦ୍ଦେଶକ ହେଲେ ମେଘନା ଗୁଲଜାର୍‌। ‘ରାଜି’ ମଇ ୧୧ ତାରିଖରେ ରିଲିଜ୍‌ ହୋଇଛି। କାଶ୍ମୀର ପୃଷ୍ଠଭୂମି ଉପରେଏହାର କାହାଣୀ ଆଧାରିତ। ଏହି ଫିଲ୍ମଟି ଏକ ସତ୍ୟ ଘଟଣା ଉପରେ ଆଧାରିତ ବୋଲି ଜଣାଯାଇଛି।
ଇତିମଧ୍ୟରେ ‘ରାଜି’କୁ ଦେଖିଥିବା କେତେକ ବଲିଉଡ ସେଲିବ୍ରିଟି ଏଥିରେ ଆଲିଆ ଭଟ୍ଟଙ୍କର ପ୍ରଶଂସା କରୁଛନ୍ତି। ନିକଟରେ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ପିଲ୍ମର ଏକ ନୂଆ ଗୀତ ଲଞ୍ଚ ହୋଇଥିଲା। ଏହି ଅବସରରେ ଷ୍ଟାରକାଷ୍ଟଙ୍କ ସହିତ ମେଘନା ବି ନଜର ଆସିଥିଲେ। ଏହି ଅବସରରେ ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସମୟରେ ଆଲିଆ କହିଲେ ଯେ ସେ ଏବେ ଆର୍ମି ଜଏନ୍‌ କରିପାରିବେ।

‘ରାଜି’ ହେଉଛି ଆଲିଆଙ୍କର ପ୍ରଥମ ପିରିଅଡ୍‌ ଫିଲ୍ମ। ଏଭଳି ଚରିତ୍ର ନିଭାଇବାକୁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା ବୋଲି କହନ୍ତି ଆଲିଆ ଭଟ୍ଟ। ‘ରାଜି’ ରେ କାମ କରିବା ପୂର୍ବରୁ ହଟ୍‌ ହିରୋଇନ୍‌ ଆଲିଆ ଭଟ୍ଟଙ୍କୁ ଟେକ୍‌ନିକାଲ ଟ୍ରେନିଂ ଦେବାକୁ ପଡ଼ିଥିଲା। ଆର୍ମି ଅଫିସରମାନେ ଯେଉଁ କୋଡ୍‌ ଲାଙ୍ଗୁଏଜ୍‌ରେ କଥା ହୁଅନ୍ତି, ତାହା ମଧ୍ୟ ଶିଖିବାକୁ ପଡ଼ିଥିଲା ଆଲିଆଙ୍କୁ। ଏହାଛଡ଼ା ତାଙ୍କୁ ଟ୍ରକ ଭଳି ଗାଡି ଚାଳନା ବି ଶିଖିବାକୁ ପଡିଥିଲା। ସୁଟିଂ ସେଟ୍‌ରେ ତାଙ୍କୁ ପ୍ରତିଦିନ ଟ୍ରକ ଚଳାଇବାକୁ ପଡିଥିଲା ବୋଲ ବି କହିଛନ୍ତି ଆଲିଆ ଭଟ୍ଟ। ଏହି ଫିଲ୍ମରେ ଆଲିଆଙ୍କ ଚରିତ୍ର ‘ହିନ୍ଦୁସ୍ତାନ୍‌ କି କସମ୍‌’ ରେ ପ୍ରିୟା ରାଜବଂଶ କରିଥିବା ଭୂମିକା ସହିତ ସମାନ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏକଥାକୁ ସ୍ୱୀକାର କରି ନାହାନ୍ତି ନିର୍ଦ୍ଦେଶକ ମେଘନା ଗୁଲଜାର।

ସମ୍ବନ୍ଧିତ ଖବର