ଭଂସାଲୀଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ଆଲିଆ ଭଟ୍ଟ, ଏହି ଅଭିନେତାଙ୍କ ବିପକ୍ଷରେ କରିବେ କାମ

ମୁମ୍ବାଇ: କବି ଅମୃତା ପ୍ରୀତମଙ୍କ ଜୀବନକାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଏକ ବଲିଉଡ଼ ଫିଲ୍ମ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ସଂଜୟ ଲୀଲା ଭଂସାଲୀ ନେଇଥିବା ବେଳେ ଅମୃତାଙ୍କ ଚରିତ୍ରରେ ଆଲିଆ ଭଟ୍ଟ ନଜର ଆସିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ ।

ସୂଚନା ମୁତାବକ, ‘ପଦ୍ମାବତ’ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ‘ପଦ୍ମାବତ’ର ସଫଳତା ପରେ ଏବେ ପ୍ରସିଦ୍ଧ କବି ଶାହିର୍‌ ଲୁଧିଆନ୍‌ବିଙ୍କ ଉପରେ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି । ଶାହିର୍‌ଙ୍କ ଚରିତ୍ରରେ ଅଭିଷେକ ବଚ୍ଚନ ନଜର ଆସୁଥିବା ବେଳେ ଶାହିର୍‌ଙ୍କ ସାଥୀ ଅମୃତାଙ୍କ ଭୂମିକାରେ ଆଲିଆଙ୍କୁ ନେବା ପାଇଁ ଭଂସାଲୀ ମନୋନୀତ କରିଥିବା ସୂଚନା ମିଳିଛି । କିଛି ଦିନ ମଧ୍ୟରେ ଅଭିନୟରେ ଆଲିଆଙ୍କର ଉନ୍ନତି ଦେଖି ସେ ଏହି ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ଫିଲ୍ମ ‘ରାଜି’ର ଟ୍ରେଲର ଦେଖିବା ପରେ ସମସ୍ତେ ସେଥିରେ ଆଲିଆଙ୍କ ଅଭିନୟକୁ ପ୍ରଶଂସା କରିବା ସହ ଅନେକ ଗୁଡ଼ିଏ ଫିଲ୍ମର ଅଫର ମଧ୍ୟ ଆସିଛି । ପୂର୍ବରୁ ଅନେକ ଫିଲ୍ମ ପାଇଁ ଅଡ଼ିସନ୍‌ ଦେଇ ରିଜେକ୍ଟ ହେବା ପରେ ଏବେ ତାଙ୍କ ପାଖରେ ଫିଲ୍ମର କୌଣସି ଅଭାବ ନାହିଁ । ତେବେ ଭଂସାଲୀଙ୍କ ଆଗାମୀ ଫିଲ୍ମରେ ସେ ନଜର ଆସୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର