କାହିଁକି ସ୍ୱାମୀ ନୀରଜ କପୁର୍ଙ୍କଠାରୁ ୨୫ ବର୍ଷ ହେଲା ଅଲଗା ରହୁଛନ୍ତି ଅଲ୍କା ୟାଗନିକ୍? ଜାଣନ୍ତୁ କାରଣ
ବଲିଉଡ଼୍ରେ ଗତ ୩୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନିଜର କଣ୍ଠର ଯାଦୁରେ ଶ୍ରୋତାଙ୍କୁ ବାନ୍ଧି ରଖିଥିବା ଗାୟିକା ଅଲ୍କା ଲାଗନିକ୍ଙ୍କ ପାରିବାରିକ ଜୀବନ ସଂପର୍କରେ ଖୁବ୍ କମ୍ ଚର୍ଚ୍ଚା ହୁଏ। ତେବେ ଆପଣ କ’ଣ ଜାଣନ୍ତି କି ଅଲ୍କା ତାଙ୍କ ସ୍ୱାମୀ ନୀରଜ କପୁରଙ୍କ ଠାରୁ ପ୍ରାୟ ୨୫ ବର୍ଷ ହେଲା ଅଲଗା ରହୁଛନ୍ତି। ତେବେ ସେ ଦୁହିଁଙ୍କ ଭିତରେ ବନ୍ଧନ ଖୁବ୍ ମଜଭୁତ। ସେ ଦୁହିଁଙ୍କ ଭିତରେ କୌଣସି ଝଗଡ଼ା ନାହିଁ କି ମତଭେଦ ନାହିଁ,ଯେଉଁଥିପାଇଁ ହୁଏତ ଅଲ୍କା ଓ ନୀରଜ ପରସ୍ପରଠୁ ଅଲଗା ରହୁଛନ୍ତି ବୋଲି ଆଦୌ ଭାବନ୍ତୁ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଅଲ୍କା ୟାଗନିକ୍ ଓ ନୀରଜ କପୁରଙ୍କ ପ୍ରେମ କାହାଣୀ ବି ଏକଦମ୍ ଫିଲ୍ମି। ନୀରଜ ହେଉଛନ୍ତି ଅଲ୍କାଙ୍କ ମାଆଙ୍କର ଜଣେ ସାଙ୍ଗଙ୍କର ପୁତୁରା। ଥରେ ଅଲ୍କା ତାଙ୍କ ମାଆଙ୍କ ସହିତ ନୂଆଦିଲ୍ଲୀ ଯାଇଥିବାବେଳେ ନୀରଜ ସେମାନଙ୍କୁ ରିସିଭ୍ କରିବା ଲାଗି ଷ୍ଟେସନ୍କୁ ଆସିଥିଲେ।ଏହା ହେଉଛି ୧୯୮୬ ମସିହାର କଥା। ପ୍ରଥମ ଦେଖାରେ ଅଲ୍କାଙ୍କୁ ନୀରଜ ଭଲ ଲାଗିଲେ ଓ ନୀରଜ ବି ଅଲ୍କାଙ୍କୁ ପସନ୍ଦ କରିଲେ। ତା’ପରେ ନୀରଜ ଯେତେବେଳେ ବି ମୁମ୍ବାଇ ଆସିଲେ,ସେତେବେଳେ ଅଲ୍କାଙ୍କୁ ଭେଟିବାକୁ ଭୁଲ ିନଥିଲେ। ଏହି ସାକ୍ଷାତ ପରେ ପ୍ରେମର ରୂପ ନେଇଥିଲା। ସମୟକ୍ରମେ ସେ ଦୁହେଁ ଅନୁଭବ କରିଲେ ଯେ,କେହି କାହାଠାରୁ ଅଲଗା ରହିବା ଅସମ୍ଭବ।
୧୯୮୮ ମସିହାରେ ଏନ୍ .ଚନ୍ଦ୍ରାଙ୍କ ନିର୍ଦ୍ଦେଶିତ ଫଲ୍ମ ‘ତେଜାବ୍’ର ଏକ ଦୋ ତିନ୍…..ଗୀତ ଅଲ୍କା ୟାଗନିକ୍ଙ୍କୁ ଷ୍ଟାର୍ ସିଙ୍ଗରର ମାନ୍ୟତା ଦେଲା। ସେହି ବର୍ଷ ନୀରଜ ଓ ଅଲ୍କା ବିବାହ ବନ୍ଧନରେ ବାନ୍ଧି ହେବାର ନିଷ୍ପତ୍ତି ନେଲେ। ଏ ସଂପର୍କରେ ସେ ଦୁହେଁ ନିଜ ନିଜ ପରିବାର ସଦସ୍ୟଙ୍କ ସହିତ କଥା ହେଲେ। କେହି ଏହି ବିବାହକୁ ବିରୋଧ କଲେ ନାହିଁ,କିନ୍ତୁ ଅଲ୍କାଙ୍କ କ୍ୟାରିଅର୍କୁ ନେଇ ଚିନ୍ତିତ ଥିଲେ।କାରଣ ଦୁହିଁଙ୍କର କର୍ମକ୍ଷେତ୍ର ଭିନ୍ନ ଭିନ୍ନ ଜାଗାରେ।ତେବେ ସେ ଯାହା ହେଉ ପିତାମାତାଙ୍କୁ ବୁଝାଇ ସେ ଦୁହେଁ ୧୯୮୯ରେ ବିବାହ କରିଥିଲେ।୧୯୮୯ରେ ହିଁ ଅଲ୍କା ଓ ନୀରଜ ସାୟସା ନାମ୍ନୀ କନ୍ୟାର ମାତାପିତା ହେଲେ।
ଏହାପରଠୁ ଅଲ୍କା ନିଜର ସିଙ୍ଗିଙ୍ଗ୍ କ୍ୟାରିଅର୍ ପାଇଁ ମୁମ୍ବାଇରେ ରହିଲେ ଓ ନୀରଜ ସିଲଂଗ୍ରେ ନିଜର ବ୍ୟବସାୟ ସମ୍ଭାଳିଲେ।ନୀରଜ କେବେ ବି ଅଲ୍କାଙ୍କ କ୍ୟାରିଅରରେ ହସ୍ତକ୍ଷେପ କରିନାହାନ୍ତି।ସେ ଦୁହିଁଙ୍କ ମଧ୍ୟରେ ଭଲ ସଂପର୍କ ରହି ଆସିଛି।
ଏକ ସାକ୍ଷାତକାରରେ ଅଲ୍କା ୟାଗନିକ୍ କହିଥିଲେ ଯେ,ନୀରଜ ମୁମ୍ବାଇରେ ପ୍ରତିଷ୍ଠିତ ହେବାକୁ ଚାହୁଁଥିଲେ।ଏଣୁ ସେ ଏଠି ବ୍ୟବସାୟ ଆରମ୍ଭ କରିଥିଲେ,ହେଲେ ତାହା ଭଲ ଚାଲିଲାନି। ଫଳତଃ ତାଙ୍କର ବହୁତ କ୍ଷତି ହେଲା।ତେଣୁ ଅଲ୍କା ନିଜେ ହିଁ ସ୍ୱାମୀ ନୀରଜଙ୍କୁ ସିଲଂଗ୍ରେ ରହି ବ୍ୟବସାୟ ସମ୍ଭାଳିବାକୁ ପରାମର୍ଶ ଦେଇଥିଲେ। ତାହାକୁ ମାନିଥିଲେ ବି ପତି ନୀରଜ।
ଅଲ୍କା ଏକଥା ବି ସ୍ୱୀକାର କରିଛନ୍ତି ଯେ,ବିବାହ ପରେ ସେ ଅନ୍ୟ ପୁରୁଷଙ୍କ ପ୍ରତି ଆକର୍ଷିତ ହୋଇଥିଲେ ବି ନିଜର ଲକ୍ଷ୍ମଣରେଖା କେବେବି ଉଲ୍ଲଂଘନ କରି ନାହାନ୍ତି। ୨୫ ବର୍ଷ ଧରି ଅଲଗା ଅଲଗା ରହୁଥିଲେ ବି ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ନିବିଡ଼ ବୋଲି କହନ୍ତି ଅଲ୍କା ୟାଗନିକ୍।