ଇଶାନ୍‌ ଖଟ୍ଟରଙ୍କ ଅପେକ୍ଷା ତାଙ୍କ ନାୟିକାଙ୍କୁ ମିଳୁଛି ଅଧିକ ପ୍ରଶଂସା

ମୁମ୍ବାଇ: ଏବେ ଜଣେ ନବାଗତାଙ୍କ ପ୍ରଶଂସାରେ ଶତମୁଖ ବଲିଉଡ। ସେ ହେଲେ ମାଲବିକା ମୋହନନ୍‌। ଶାହିଦ୍‌ କପୁର୍‌ଙ୍କ ସାନଭାଇ ଇଶାନ୍‌ ଖଟ୍ଟରଙ୍କ ଡ଼େବ୍ୟୁ ଫିଲ୍ମ ‘ବିୟଣ୍ଡ୍‌ ଦ କ୍ଲାଉଡ଼୍‍ସ’ରେ ସେ ଫିମେଲ ଲିଡରେ ନଜର ଆସିଛନ୍ତି। ଏଥିରେ ନାୟିକା ଭୂମିକା ନିଭାଇଥିବା ମାଲବିକା ଚମତ୍କାର ଅଭିନୟ କରିଛନ୍ତି। ଏଥିରେ ଅବଶ୍ୟ ଇଶାନ୍‌ ବି ଭଲ ଅଭିନୟ କରିଛନ୍ତି। କିନ୍ତୁ ତାଙ୍କ ଅପେକ୍ଷା ମାଲବିକାଙ୍କୁ ନେଇ ଚର୍ଚ୍ଚା ବେଶି ହେଉଛି। ପ୍ରଖ୍ୟାତ ଇରାନୀ ନିର୍ଦ୍ଦେଶକ ସାଜିଦ୍‌ ମଜିଦି ଏହାର ନିର୍ଦ୍ଦେଶନା ଦେଇଛନ୍ତି।
ଆପଣ କ’ଣ ଜାଣନ୍ତି କି ଏହି ରୋଲ୍‌ ପାଇଁ ମାଲବିକା ନ ଥିଲେ ପ୍ରଥମ ପସନ୍ଦ। କାରଣ ତାଙ୍କ ପୂର୍ବରୁ ‘ବିୟଣ୍ଡ ଦ କ୍ଲାଉଡ଼୍‍ସ’ସିନେମାରେ ଫିମେଲ୍‌ ଲିଡ଼୍‍ ରୋଲ୍‌ ପାଇଁ ନିର୍ଦ୍ଦେଶକ ପ୍ରଥମେ ଦୀପିକା ପାଦୁକୋନ୍‌ ଓ ପରେ କଙ୍ଗନା ରାନାଓ୍ଵତ୍‌ଙ୍କ କଥା ଭାବିଥିଲେ,କିନ୍ତୁ ପରେ ସେ ଦୁହିଁଙ୍କୁ ନ ନେଇ ଜଣେ ସାଧାରଣ ନାୟିକାଙ୍କୁ ନେବା ଠିକ୍‌ ହେବ ବୋଲି ମନେ କରିଥିଲେ।

 

photo-bollywoodlife.com

ଏବେ ଫିଲ୍ମ ରିଲିଜ୍‌ ହେବାପରେ ତାଙ୍କର ତୁଳନା ଦୀପିକା ଓ କଙ୍ଗନାଙ୍କ ଭଳି ନାମୀ ଦାମୀ ନାୟିକାଙ୍କ ସହିତ କରାଯାଉଥିବା ଯୋଗୁଁ ଏହା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ମାଲବିକା କହିଛନ୍ତି। ମାଲବିକା ଆହୁରି ମଧ୍ୟ କହିଛନ୍ତି ଯେ,ଯଦି ‘ବିୟଣ୍ଡ ଦ କ୍ଲାଉଡ଼୍‍ସ’ରେ ତାଙ୍କୁ ମିଳିଥବା ଭୂମିକାଟି ଦୀପିକା ପାଦୁକୋନ୍‌ ବା କଙ୍ଗନା ରାନାଓ୍ଵତ୍‌ ଙ୍କୁ ମିଳିଥାନ୍ତା ,ତେବେ ସେମାନେ ଆହୁରି ଭଲ ଅଭିନୟ କରିଥା’ନ୍ତେ। ତାଙ୍କୁ ଏହି ଫିଲ୍ମର ଅଫର୍‌ କାଷ୍ଟିଂ ଡ଼ାଇରେକ୍ଟର ହନି ତ୍ରେହାନ ଦେଇଥିଲେ ବୋଲି ମାଲବିକା କହିଛନ୍ତି ।
ବିୟଣ୍ଡ ଦ କ୍ଲାଉଡ଼୍‍ସ’ ପାକିସ୍ତାନ ସମେତ ୩୪ଟି ଦେଶରେ ରିଲିଜ୍‌ ହୋଇଛି। ଏହାକୁ ଭଲ ଓପନିଂ ମିଳିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର