ସଲମାନଙ୍କୁ ଅଲ୍ଲୀ ଅବାସ ଦେଲେ ଜନ୍ମଦିନର ସରପ୍ରାଇଜ୍‌

ମୁମ୍ବାଇ : ବଲିଉଡ଼ର ଭାଇଜାନ ସଲମାନ ଖାନଙ୍କର ଆଜି ୫୨ତମ ଜନ୍ମ ଦିବସ। ଆଉ ଏହି ଅବସରରେ ୨୦୧୯ ମସିହା ଇଦରେ ରିଲିଜ ହେବାକୁ ଥିବା ଫିଲ୍ମର ନାମ ଘୋଷଣା କରାଯାଇଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଅଲ୍ଲୀ ଅବାସ ଜାଫର ଓ ଏହାର ପ୍ରଯୋଜନା କରିଛନ୍ତି ଭୁଷଣ କୁମାର ଏବଂ ଅତୁଲ୍‌ ଅଗ୍ନିହୋତ୍ରୀ। ଫିଲ୍ମର ଟାଇଟଲ୍‌ ରହିଛି ‘ଭାରତ’। ସଲମାନଙ୍କୁ ତାଙ୍କ ଜନ୍ମ ଦିନରେ ଏହି ସରପ୍ରାଇଜ୍‌ ଦେଇଛନ୍ତି ଅଲ୍ଲୀ ଅବାସ ଜାଫର।

ଏବେ ସଲ୍‌ମାନଙ୍କ ଭଲ ବେଳା ଚାଲିଛି, କାରଣ ଗତ ସପ୍ତାହରେ ରିଲିଜ ହୋଇଥିବା ‘ଟାଇଗର ଜିନ୍ଦା ହୈ’ ଏ ପର୍ଯ୍ୟନ୍ତ ୧୩୦ କୋଟିର ବ୍ୟବସାୟ କରିସାରିଲାଣି। ‘ସୁଲତାନ’ ଏବଂ ‘ଟାଇଗର ଜିନ୍ଦା ହେ’ ଭଳି ସୁପରହିଟ ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ତୁଲାଇଥିବା ଏହି ଦୁଇ ପ୍ରଯୋଜକ ‘ଭାରତ’ ପ୍ରସ୍ତୁତ କରିବାକୁ ଯାଉଛନ୍ତି ।

‘ଆମେ ସଲମାନଙ୍କ ସାଙ୍ଗରେ ପ୍ୟାର କିୟା ତୋ ଡ଼ରନା କ୍ୟା ବେଳୁ ରହିଛୁ। ଆମେ ଭାଇଙ୍କ ଅଭିନୀତ ‘ଲକି: ନୋ ଟାଇମ ଫର ଲଭ’ ଏବଂ ‘ରେଡ଼ି’ ଆଦି ଦୁଇଟି ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ତୁଲାଇଛୁ। ତେବେ ମୁଁ ଏବଂ ଅତୁଲ୍‌ ବହୁତ ଚିନ୍ତା କରି ଶେଷକୁ ଭାରତ ନିର୍ମାଣ କରିବୁ ବୋଲି ନିର୍ଣ୍ଣୟ ନେଇଛୁ । ‘ଭାରତ’ର କାହାଣୀ ମାନବୀୟ ଘଟଣା ଉପରେ ଅଧାରିତ ଏବଂ ଏହା ଆପଣଙ୍କୁ ନିଶ୍ଚିତ ଭାବେ ପସନ୍ଦ ଆସିବ ବୋଲି କହିଛନ୍ତି ଭୁଷଣ କୁମାର ।

ସମ୍ବନ୍ଧିତ ଖବର