ସାଉଥ୍‌ ସୁପରଷ୍ଟାରଙ୍କ ଫିଲ୍ମର ନେଗେଟିଭ୍‌ ରିଭ୍ୟୁ କରିବାରୁ ସାମ୍ବାଦିକାଙ୍କୁ ଦୁଷ୍କର୍ମ ଧମକ ଦେଲେ ପ୍ରଶଂସକ

ହାଇଦ୍ରାବାଦ୍‌ : ଦକ୍ଷିଣରେ ସାଉଥ୍‌ ସୁପରଷ୍ଟାରଙ୍କୁ ଭଗବାନଙ୍କ ଭଳି ମାନନ୍ତି ପ୍ରଶଂସକ । ସେମାନଙ୍କ ଭଗବାନ ବିଷୟରେ କେହି କିଛି କହିଲେ ସେମାନେ ସହ୍ୟ କରିପାରନ୍ତି ନାହିଁ । ଏବେ ସାଉଥ୍‌ ସୁପରଷ୍ଟାର ଅଲ୍ଲ ଅର୍ଜୁନଙ୍କୁ ନେଇ ଏବେ ସେଭଳି ଏକ ଖବର ସାମ୍ନାକୁ ଆସିଛି । ଅଲ୍ଲ ଅର୍ଜୁନଙ୍କ ଫିଲ୍ମକୁ ନେଇ ଜଣେ ସାମ୍ବାଦିକା ନକାରାତ୍ମକ ସମୀକ୍ଷା କରିଥିବାରୁ ତାଙ୍କର ଜଣେ ପ୍ରଶଂସକ ଦୁଷ୍କର୍ମ ଧମକ ଦେଇଥିବା ଅଭିଯୋଗ ହୋଇଛି । ଅଲ୍ଲ ଅର୍ଜୁନଙ୍କ ଫିଲ୍ମକୁ ଅସମ୍ମାନିତ କରିଥିବାରୁ ତାଙ୍କ ପ୍ରଶଂସକ ଜଣଙ୍କ ଫେସ୍‌ବୁକ୍‌ରେ ସାମ୍ବାଦିକାଙ୍କୁ ଦୁଷ୍କର୍ମ ସହ ହତ୍ୟା ଧମକ ଦେଇଥିବା ଜଣାପଡ଼ିଛି ।

Hindustan Times

ସୂଚନା ମୁତାବକ, ମେ ୪ରେ ସାଉଥ୍‌ ସୁପରଷ୍ଟାର ଅଲ୍ଲ ଅର୍ଜୁନଙ୍କ ଫିଲ୍ମ ନା ପେରୁ ସୁର୍ୟ୍ୟା,ନା ଇଲୁ ଇଣ୍ଡିଆ ରିଲିଜ ହୋଇଥିଲା। ଏହି ଫିଲ୍ମ ରିଲିଜ ହେବା ପରେ ମଲୟାଲମ ଫିଲ୍ମ କ୍ରିଟିକ୍ସ ଅପର୍ଣ୍ଣା ପ୍ରଶାନ୍ତି ଫିଲ୍ମକୁ ନେଇ ନକାରାତ୍ମକ ସମୀକ୍ଷା କରିଥିଲେ । ଏହି ଖବର ପ୍ରସାରିତ ହେବା ପରେ ଅଲ୍ଲଙ୍କ ପ୍ରଶଂସକ ଫେସ୍‌ବୁକ୍‌ରେ ଅପର୍ଣ୍ଣାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ । ଭଗବାନଙ୍କୁ ଅସମ୍ମାନ କରିଛ ବୋଲି କହି ସେ ଅପର୍ଣ୍ଣାଙ୍କୁ ହତ୍ୟା ସହ ଦୁଷ୍କର୍ମର ଧମକ ଦେଇଥିଲେ । ଫେସ୍‌ବୁକ୍‌ରେ ତାଙ୍କ ରିଭ୍ୟୁ ଆସିବା ପରେ ତାଙ୍କୁ ଏଭଳି ଧମକ ଆସିବା ଆରମ୍ଭ ହୋଇଥିଲା,ଯାହା ନ ଥମିବାରୁ ସେ ଏବେ ସାଇବର ସେଲରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର