ଆଲୋକ ନାଥଙ୍କ ଯୋଗୁଁ କେହି ବିତରକ ‘ମେଁ ଭି’ ଫିଲ୍ମକୁ କିଣୁ ନାହାଁନ୍ତି!

ମୁମ୍ବାଇ: ଗତ ବର୍ଷ ବରିଷ୍ଠ ଅଭିନେତା ଆଲୋକ ନାଥଙ୍କ ଉପରେ ଜଣାଶୁଣା ଲେଖିକା ତଥା ପ୍ରଯୋଜିକା ବିନୀତା ନନ୍ଦାଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ। ଏହାପରେ ଆଲୋକ ନାଥ ବିବାଦୀୟ ହୋଇ ପଡ଼ିଥିଲେ। ଏହାର କୁପରିଣାମ ଭୋଗିବାକୁ ପଡ଼ୁଛି ଏକ ଛୋଟ ବଜେଟ୍‌ର ସିନେମାକୁ । ଏହି ହିନ୍ଦୀ ସିନେମାର ଟାଇଟଲ୍‌ ହେଲା ‘ମେଁ ଭି’। ଫିଲ୍ମର ପ୍ରଯୋଜକ ଇମ୍ରାନ୍‌ ଖାନ୍‌ଙ୍କ  କହିବା ଅନଯାୟୀ  ଏଥିରେ ଆଲୋକ ନାଥ ଥିବା ଯାଗୁଁ କୌଣସି ବିତରକ ଫିଲ୍ମକୁ କିଣିବା ଲାଗି ରାଜି ହେଉନାହାଁନ୍ତି।

ଏହି ସିନେମାରେ ଆଲୋକନାଥଙ୍କୁ  ଜଣେ କର୍ତ୍ତବ୍ୟନିଷ୍ଠ ଜଜ୍‌ ଭୂମିକାରେ ଦେଖିବାକୁ ମିଳିବ। ଏ ସଂପର୍କରେ ଇମ୍ରାନ୍‌ ଖାନ୍‌ କହିଛନ୍ତି ଯେ ଆଲୋକ ନାଥଙ୍କ  ଉପରେ ଅଭିଯୋଗ ଆସିବା ଆଗରୁ ସେ ତାଙ୍କୁ ଚୁକ୍ତିବଦ୍ଧ କରିଥିଲେ। ତାଙ୍କ ଭଳି ଛୋଟକାଟର ପ୍ରଯୋଜକଙ୍କ କ୍ଷେତ୍ରରେ ଏଭଳି ଘଟିବା ଦୁର୍ଭାଗ୍ୟଜନକ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭୋପାଳରେ ‘ମେଁ ଭି’ ସିନେମାର ସୁଟିଂ ସମୟରେ କୌଣସି ମହିଳା ସଦସ୍ୟ ଆଲୋକ ନାଥଙ୍କ ବ୍ୟବହାରରେ  ଅସନ୍ତୁଷ୍ଟ ନ ଥିଲେ।

ସମ୍ବନ୍ଧିତ ଖବର