କୌଣସି ମୁହୂର୍ତ୍ତରେ ଗିରଫ ହୋଇ ପାରନ୍ତି ଅମୀଷା ପଟେଲ୍‌ !

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅମୀଷା ପଟେଲଙ୍କ ବିରୋଧରେ ରାଞ୍ଚି କୋର୍ଟ ଗିରଫ ପରଓ୍ଵାନା ଜାରି କରିଛନ୍ତି। ଅମୀଷାଙ୍କ ଉପରେ ସିନେ ନିର୍ମାତା ଅଜୟ କୁମାର ୩କୋଟି ଟଙ୍କାର ଚେକ୍‌ ବାଉନ୍ସ ଅଭିଯୋଗ ଆଣିଛନ୍ତି।

ଅଜୟ କୁମାରଙ୍କ ଅଭିଯୋଗ ଅନୁସାରେ, ୨୦୧୮ରେ ଫିଲ୍ମ ‘ଦେଶୀ ମ୍ୟାଜିକ୍‌’ ନିର୍ମାଣ କରିବା ପାଇଁ ଅମୀଷାଙ୍କୁ ୩କୋଟି ଟଙ୍କା ଦେଇଥିଲେ। ଏହାପରେ ଅମୀଷାଙ୍କୁ ସେ ଯେତେବେଳେ ଏହି ଟଙ୍କା ମାଗିଥାଆନ୍ତି, ସେ କିଛିନା କିଛି ବାହାନା ଦେଖାଇ ଏହି କଥାକୁ ଏଡାଇ ଦେଇ ଥାଆନ୍ତି। ଅଜୟ ବାରମ୍ବାର ଅମୀଷାଙ୍କୁ ଟଙ୍କା ମାଗିବାରୁ ସେ ୩ କୋଟିର ଟଙ୍କାର ଏକ ଚେକ୍‌ ଦେଇଥିଲେ। ଏହି ଚେକ୍‌ ବାଉନ୍‌ସ ହୋଇ ଯାଇଥିଲା। ଅଜୟ ପୁଣି ଥରେ ଅମୀଷାଙ୍କୁ ଟଙ୍କା ମାଗିବାରୁ ସେ ମନା କରିଦେଲେ। ଏହା ପରେ ଅଜୟ ରାଞ୍ଚିର ଏକ  ଅଦାଲତରେ ଅମୀଷାଙ୍କ ବିରୋଧରେ ଏକ ଟଙ୍କା ହେରଫେର ମାମଲା ଦାୟର କରିଥିଲେ।

ମାମଲା ଦାୟର କରିବା ପରଠାରୁ ସେ ଅନେକ ଥର ଅମୀଷାଙ୍କୁ ସମ୍ପର୍କ କରିଛନ୍ତି। କିନ୍ତୁ ଅମୀଷାଙ୍କ ଆଡୁ କୌଣସି ପ୍ରକାର ପ୍ରତିକ୍ରିୟା ମିଳିନାହିଁ। ଏହାପରେ ଅମୀଷାଙ୍କୁ ସମନ ପଠାଯାଇଥିଲା। ରାଞ୍ଚି କୋର୍ଟ ବାରମ୍ବାର ସମନ ଜାରି କରିଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ। ଏହି କାରଣରୁ ରାଞ୍ଚି ପୁଲିସକୁ ଅକ୍ଟୋବର ୪ରେ ୱାରେଣ୍ଟି ପଠାଯାଇଛି। କୌଣସି ମୁହୂର୍ତ୍ତରେ ଅମୀଷାଙ୍କୁ ପୁଲିସ ଗିରଫ କରିପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର