ଏମି ଜାକସନ୍‌ କ’ଣ ଲେସବିଆନ୍‌ ? ଜାଣନ୍ତୁ କ’ଣ କହୁଛନ୍ତି ଏହି ନାୟିକା

ମୁମ୍ବାଇ: ଅଳ୍ପ କେତୋଟି ହିନ୍ଦୀ ସିନେମା ଓ ଦକ୍ଷିଣ ସିନେମାରେ ନାୟିକା ଭୂମିକା ନିଭାଇ ସାରିଛନ୍ତି ଏମି ଜାକସନ୍‌। ଏବେ ସେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନୀତ ବହୁପ୍ରତୀକ୍ଷିତ ସିନେମା ‘ରୋବୋ-୨.୦’ରେ କାମ କରୁଛନ୍ତି।
ନିକଟରେ ଏମି ଜାକସନ୍‌ ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ସେଆର୍‌ କରି ଆଲୋଡ଼ନ ସୃଷ୍ଟି କରିଛନ୍ତି। ଏହି ଫଟୋରେ ଏମି ଜଣେ ଯୁବତୀଙ୍କ ସହିତ ନଜର ଆସିଛନ୍ତି। ସେହି ଫଟୋରେ ଲେଖା ହୋଇଛି ‘wife-life’।

ଏହି ଫଟୋ ଦେଖି ଏମି ଜାକସନ୍‌ଙ୍କ ପ୍ରଶଂସକମାନେ ଦ୍ୱିଧାଗ୍ରସ୍ତ ହୋଇ ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କର ଧାରଣା ହୋଇଛି ଯେ, ଏମି ଜାକସନ୍‌ ଜଣେ ଲେସ୍‌ବିଆନ୍‌ । ଏଣୁ ସେମାନେ ପ୍ରଶ୍ନ କରିଛନ୍ତି ଆପଣ କ’ଣ ଲେସବିଆନ୍‌ (ସମଲିଙ୍ଗୀ) ?
ଏମିଙ୍କ କ୍ୟାପ୍‌ସନ୍‌ ରୁ ଲାଗୁଛି କି ସେ ଜଣେ ଯୁବତୀଙ୍କ ସହିତ ପ୍ରେମ ସଂପର୍କରେ ଅଛନ୍ତି। ଫଟୋରେ ଥିବା ଏହି ଯୁବତୀଙ୍କ ନାମ ହେଲା ନୀଲମ୍‌ ଗିଲ୍‌।
ନୀଲମ୍‌ ମଧ୍ୟ ନିଜର ଏକ ପୋଷ୍ଟ୍‍ ସେଆର୍‌ କରିଛନ୍ତି। ନିଲମ୍‌ଙ୍କ ପୋଷ୍ଟ୍‍କୁ ଦେଖି ତାଙ୍କର ପ୍ରଶଂସକମାନେ ପ୍ରଶ୍ନ କରିଛନ୍ତି,‘ଆପଣ ଦୁହେଁ କ’ଣ ବାହା ହୋଇ ଯାଇଛନ୍ତି କି? ଆପଣ କ’ଣ ଲେସବିଆନ୍‌? ତେବେ ଏଭଳି ପ୍ରଶ୍ନର ଉତ୍ତର ଏଯାଏଁ ଦେଇ ନାହାଁନ୍ତି ଏମି ଜାକସନ୍‌ ଓ ନୀଲମ୍‌।


କିଛି ଦିନତଳେ ଏମି ଜାକସନ୍‌ ସମଲିଙ୍ଗୀ ସଂପର୍କକୁ ନେଇ ଖୁଲାସା କରି କହିଥିଲେ ଯେ,ତାଙ୍କର ଜଣେ ସମଲିଙ୍ଗୀ ସାଙ୍ଗ ଅଛନ୍ତି । ଯଦି ଜଣେ ଗୋଟିଏ ରାତିର ସାଥୀ ହେବାକୁ ପସନ୍ଦ କରନ୍ତି, ତେବେ କିଛି ଭୁଲ୍‌ ନାହିଁ ବୋଲି ବି ମତ ଦେଇଥିଲେ ଏମି ଜାକସନ୍‌।

ସମ୍ବନ୍ଧିତ ଖବର