ରାଜନୀତିରେ ପ୍ରବେଶ କରିବା ନେଇ ପ୍ରଶ୍ନରେ ଏଭଳି ପ୍ରତିକ୍ରିୟା ରଖିଲେ ଆମିର ଖାନ୍‌

ମୁମ୍ବାଇ : ଫିଲ୍ମ ଦୁନିଆରେ ନିଜର ଲୋକପ୍ରିୟତା ହାସଲ କରିବା ପରେ କଳାକାରମାନେ ରାଜନୀତିରେ ପ୍ରବେଶ କରିଥାନ୍ତି । ବିଗତ ଅତୀତରେ ଅନେକ କଳାକାର ଏପରି କରିଛନ୍ତି ମଧ୍ୟ । କିଛି ଦିନ ତଳେ ଅକ୍ଷୟ କୁମାର ବିଜେପିରୁ ୨୦୧୯ ନିର୍ବାଚନରେ ଲଢ଼ିବେ ବୋଲି ଖବର ଆସିଥିଲା। । ତେବେ ବଲିଉଡ୍‌ର ମିଷ୍ଟର ପର୍‌ଫେକ୍ଟ ଆମିର ଖାନ୍‌ଙ୍କୁ ରାଜନୀତିରେ ପ୍ରବେଶ କରିବେ କି ନାହିଁ ପଚରାଯିବା ପରେ ସେ ସଫା ସଫା ମନା କରି ଦେଇଥିବା ଦେଖାଯାଇଛି ।

Pune365

ମୁଁ ସବୁ ଦଳକୁ ସମ୍ମାନ କରେ ଏବଂ ସମସ୍ତଙ୍କ ସହ ମୋର ସଂପର୍କ ଭଲ । କିନ୍ତୁ ମୁଁ କେବେ ବି ରାଜନୀତିରେ ଯୋଗ ଦେବି ନାହିଁ ବୋଲି କହିଛନ୍ତି ଆମିର । ଏବେ ମୁଁ ଯାହା କରୁଛି ତାକୁ ନେଇ ମୁଁ ଖୁବ୍‌ ଖୁସି । ରାଜ୍ୟସଭା ଯିବେ କି ନାହିଁ ବୋଲି ତାଙ୍କୁ ପ୍ରଶ୍ନ କରାଯିବା ପରେ,ଭଲ କାମ କରିବା ପାଇଁ ରାଜନୀତିକୁ ଯିବା ଆଦୌ ଜରୁରୀ ନୁହେଁ । ଆଜି ମୁଁ ଯାହା ବି କରୁଛି ତାକୁ ନେଇ ମୁଁ ଖୁବ୍‌ ଖୁସି ବୋଲି କହିଥିଲେ ଆମିର ।

ସମ୍ବନ୍ଧିତ ଖବର